ହେଡଲାଇନସ୍:

ତହସିଲ ଅଫିସର ଅସାବଧାନତା ଯୋଗୁଁ ଲଙ୍କାକାଣ୍ଡ -:ଅଫିସ ଜଳି ପୋଡି ଛାରଖାର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସମ୍ବଲପୁର(ରମାକାନ୍ତବିଶ୍ବାଳ): ଆଜି ସକାଳ ୯. ୪୦ ରୁ ୯.୫୦ ମଧ୍ୟରେ ଠେଲକୋଲେଇ ଥାନା ଅନ୍ତର୍ଗତ ଗୁମୁକାରମା ପାଖ ଡୁଡୁମକାନୀ ଗାଁର ରାଜୀବ କିସାନ (୩୦) ନାମକ ଜଣେ ବ୍ୟକ୍ତି  ଆସି ହଠାତ ତହସିଲ ଅଫିସକୁ ପସି ନିଆଁ ଲଗାଇଦେଇଥିଲା । ଫଳରେ ତହସିଲ ରେ ଥିବା ମୂଲ୍ଯବାନ କାଗଜପତ୍ର ସହ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସଂପୁର୍ଣ୍ଣ ଭାବରେ ପୋଡିଯାଇଛି।  ଘଟଣାର ଖବର ପାଇ ରେଙ୍ଗାଲି ର ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିଥିବା ବେଳେ । ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ବର ସାହୁ ଦୁର୍ବୁତ୍ତ କୁ ଆଣି ଥାନାରେ ଅଟକ ରଖିଛନ୍ତି।  ଘଟଣା ସମୟ ରେ ତହସିଲ ଅଫିସରେ ଉପସ୍ଥିତ ଥିବା କର୍ମଚାରୀ ଘଟଣାକୁ ଆୟତ୍ତ କରିପାରିଥାନ୍ତେ କିନ୍ତୁ ଅସାବଧାନତା ହେତୁ ଦୁର୍ବୁତ୍ତ ନିଆଁ ଲଗାଇଲା ପରେ ତହସିଲ ସମ୍ମୁଖ ରେ ରହି ଫେସବୁକରେ ଲାଇବ ଯୋଗେ ସେ କାହିଁକି ନିଆଁ ଲଗାଇଲା ତାହା ପ୍ରକାଶ କରିଛି । ରେଙ୍ଗାଲି ଅଞ୍ଚଳରେ ଶିଳ୍ପ କାରଖାନା ଗଢିଉଠିବାପରେ ନିରିହ ଗରିବ ଆଦିବାସୀ ମାନଙ୍କର ଜମିକୁ ହଡପ କରି ବେଆଇନ ଭାବେ ବିକ୍ରି କରିବା ନଜିର ରହିଛି । ଏହା ଉପରେ ତହସିଲରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ  କୌଣସି ସୁଫଳ ନ ପାଇବା ଫଳରେ ଲୋକେ ଆଇନ କୁ ହାତକୁ ନେଉଥିବା ତଦନ୍ତ ରୁ ଜଣା ପଡିଛି । ଘଟଣା ପରେ ଉପଜିଲ୍ଲାପାଳ, ଏସଡିପିଓ ଏବଂ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳ କୁ ଆସି ପରିଦର୍ଶନ କରି ଫେରିଯାଇଛନ୍ତି । ଘଟଣାକୁ ନେଇ ରେଙ୍ଗାଲି ଥାନାରେ କେସ୍ ନଂ ୧୧୧ ଏବଂ ଭାରତୀୟ ଦଣ୍ଡ ବିଧାନଆଇନ୍ ୪୩୬  ରେ କେସ୍ ରୁଜୁ କରାଯାଇ ତଦନ୍ତ କରାଯାଉଛି ।

      

0
0
0
s2sdefault