ହେଡଲାଇନସ୍:

ବଢ଼ିଲାନି ଅନ୍ତରୀଣ ସୁରକ୍ଷା ସମୟ : ଜୟ-ଜାଗୀଙ୍କ ପାଇଁ ବଢ଼ିପାରେ ଅଡୁଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟକ: ଜୟ-ଜାଗୀଙ୍କ ପାଇଁ ଅଡୁଆ ବଢିପାରେ |  ଆଜି ଅଦାଲତଙ୍କ ନିଷ୍ପତ୍ତି ବଢାଇପାରେ ଚିନ୍ତା | ସାରୁଆ  ଜମି ହଡପ ଅଭିଯୋଗରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ଜାଗୀ ମଙ୍ଗତ ପଣ୍ଡାଙ୍କ ପକ୍ଷରୁ  କରାଯାଇଥିବା ଆବେଦନକୁ  ଅଗ୍ରାହ୍ୟ କରିଦେଇଛନ୍ତି ମାନ୍ୟବର ହାଇକୋର୍ଟ | ଫଳରେ ଏବେ ବଲ ଯାଇ ସାରୁଆ ଜମି କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖାର କୋର୍ଟରେ | ଯେହେତୁ ଅଦାଲତ ଅନ୍ତରୀଣ ସୁରକ୍ଷାକୁ ସମାପ୍ତ କରି ଦେଇଛନ୍ତି, ତେଣୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗୀଙ୍କୁମଙ୍ଗତଙ୍କୁ  ଗିରଫ କରି ପାରିବ  ବା ପଚାର ଉଚରା ପାଇଁ  ଅଟକ ରଖିପାରିବ କ୍ରାଇମ ବ୍ରାଞ୍ଚ | ପୂର୍ବରୁ ଯେପରି ଅନ୍ୟ ନିର୍ଦ୍ଦେଶକ ତଥା କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କଲା ସେମିତି ବି ପଦକ୍ଷେପ କ୍ରାଇମ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା  ଖୁବ ଶୀଘ୍ର ନେଇପାରେ ବୋଲି ସମ୍ଭାବନା ବଳବତ୍ତର ହୋଇଛି | ଆଜି ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏବେ ତଦନ୍ତକାରୀ ସଂସ୍ଥା ଓ ପଣ୍ଡା ଦମ୍ପତ୍ତିଙ୍କ ପରବର୍ତ୍ତୀ ମୁଭକୁ ଅପେକ୍ଷା | ସୂଚନାଯୋଗ୍ୟ ଯେ ଓରଟେଲ୍ ର ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ସାରୁଅରେ ୨୨ ଜଣ ଦଳିତଙ୍କ ଜମିକୁ ହଡ଼ପ କରିଥିବାର ଅଭିଯୋଗ ହୋଇଛି ପଣ୍ଡା ଦମ୍ପତ୍ତିଙ୍କ ମାଲିକାନାରେ ଥିବା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ ବିରୋଧରେ । ସୂଚନାଯୋଗ୍ୟ ଯେ ଏହି ମାମଲାରେ ପଣ୍ଡା ଦମ୍ପତ୍ତି ଗତ ୫ ତାରିଖରେ ଅନ୍ତରୀଣ ସୁରକ୍ଷା ହାଇକୋର୍ଟଙ୍କ ନିକଟରୁ ପାଇଥିଲେ | ହେଲେ ଅନ୍ତରୀଣ ସୁରକ୍ଷାକୁ ବଢ଼ାଇବା ପାଇଁ ଅଦାଲତ ମନା କରି ଦେଇଛନ୍ତି |

0
0
0
s2sdefault