ହେଡଲାଇନସ୍:

ନୂଆପଡ଼ାରେ ଖରିଫ ଧାନ ମଣ୍ଡି ଆରମ୍ଭ: ୮ ଲକ୍ଷ ୭୩ ହଜାର ୫୨୯ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କ ୮୫୨ କ୍ୱିଣ୍ଟାଲ ଧାନ ସଂଗ୍ରହ

ନୂଆପଡା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ ସ୍ଥିତ ନିୟନ୍ତ୍ରୀତ ବଜାର କମିଟି ପରିସରରେ ଚଳିତ ବର୍ଷ ଖରିପ ଧାନ ସଂଗ୍ରହ ଶୁଭାରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅନୁପସ୍ଥିତିରେ ଆରଏମ୍ସି ସମ୍ପାଦକ ଲାଲବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉସôବରେ ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଉଦ୍ଘାଟନ କରିଥିଲେ । ପରେ ଜିଲ୍ଲାପାଳ ମଣ୍ଡିରେ ଯୋଗ ଦେଇ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମଣ୍ଡି ପରିଦର୍ଶନ କରି ଚଳିତ ବର୍ଷ ଧାନ ସଂଗ୍ରହରେ କୌଣସି ପ୍ରକାରର ଅସୁବିଧା ନହେବା ନେଇ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ । ଚାଷି ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅଧିକାରୀ ମାନଙ୍କୁ ତାଗିତ କରିଥିଲେ । ଜିଲ୍ଲାରେ ୨୬ ପେକ୍ସ, ୨୧ଟି ଏସଏଚଜି ଜରିଆରେ ୭୮ ଟି ଧାନ ସଂଗ୍ରହ କେନ୍ଦ୍ରରେ ୮ ଲକ୍ଷ ୭୩ ହଜାର ୫୨୯ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି । ଜିଲ୍ଲାରେ ସର୍ବ ମୋଟ ୩୩ ହଜାର ୭୪୧ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଂଜିକରଣ କରିଛନ୍ତି । ସେଥିରୁ ଜିଲ୍ଲାର ୨୬ଟି ପେକ୍ସରେ ମୋଟ ୨୮,୨୦୯ ଜଣ ଚାଷୀ ପଂଜିକରଣ କରିଥିବା ବେଳେ ୧୭,୬୧୮ ଜଣ ପୁରୁଣା ଚାଷୀ ଓ ୧୦,୫୯୧ ଜଣ ନୂତନ ଚାଷି ରହିଛନ୍ତି । ସେହିପରି ମହିଳା ଏସଏଚଜି ଜରିଆରେ ୫୫୩୧ ଜଣ ଚାଷୀ ପଂଜିକରଣ କରିଥିବା ବେଳର ୧୭୧୧ ଜଣ ପୁରୁଣା ଚାଷୀ ଓ ୩୮୨୧ ଜଣ ନୂତନ ଚାଷି ରହିଛନ୍ତି । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ୨୨ଟି ମିଲର୍ସ ଆବେଦନ କରିଥିବା ବେଳେ ଉଷୁନା ଚାଉଲ ପାଇଁ ୧୬ ଟି ମିଲର୍ସ ଓ ଅରୁଆ ଚାଉଲ ପାଇଁ ୬ଟି ମିଲର୍ସ ଆବେଦନ କରିଛନ୍ତି । ଚଳିତ ବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି ବୋଲି ସିଏସଓ ଶ୍ରୀ ସେଠୀ ସୂଚନା ଦେଇଥିଲେ । ପ୍ରଥମ ଦିନରେ ସଦର ବ୍ଲକ ଖରିଆରରୋଡ ଆରଏମସି, ବେଲଟୁକୁରୀ, ଧରମବନ୍ଧା, ସିନାପାଲି ବ୍ଲକ ନିଲଜୀ ଧାନ ସଂଗ୍ରହ କେନ୍ଦ୍ର ଠାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେଥିରୁ ଖରିଆରରୋଡ ଆରଏମସି ମଣ୍ଡିରେ ୩ ଜଣ ଚାଷୀଙ୍କ ୨୩୧.୭୧ କ୍ୱିଣ୍ଟାଲ, ବେଲଟୁକୁରୀ ମଣ୍ଡିରେ ୧୦ ଜଣ ଚାଷୀଙ୍କ ୪୪୭.୧ କ୍ୱିଣ୍ଟାଲ, ଧରମବନ୍ଧା ମଣ୍ଡିରେ ୨ ଜଣ ଚାଷୀଙ୍କ ୬୦ କ୍ୱିଣ୍ଟାଲ, ନିଲଜୀ ମଣ୍ଡିରେ ୨ ଜଣ ଚାଷୀଙ୍କ ୧୧୩.୭୬ କ୍ୱିଣ୍ଟାଲ ସମେତ ଜିଲ୍ଲାରେ ମୋଟ ୧୭ ଜଣ ଚାଷୀଙ୍କ ସର୍ବମୋଟ ୮୫୨.୫୭ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଏଆରସିଏସ ଶ୍ରୀ ସେଠ ସୂଚନା ଦେଇଛନ୍ତି । 

0
0
0
s2sdefault