ହେଡଲାଇନସ୍:

 ବେପରୁଆ ଗାଡି ଚାଲନାର କୁପରିଣତି ,ଅଳ୍ପକେ ବର୍ତିଲା ଝିଅର ଜୀବନ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର-ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଲୁଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚାଲଣା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବସ ବଡ଼ପଣ୍ଡାର ଜନଗହଳି ପୂର୍ଣ୍ଣ ଯାଗାରେ ବେପରୁଆ ଭାବରେ ଗାଡି ଚାଲଣା ଯୋଗୁଁ ଦୁର୍ଘଟଣା ଘଟିଛି । ଗୋଟିଏ ଝିଅ ପଦ୍ମପୁର ସହରର ନେହେରୁଗଲି ଛକ ଓ ନବଦୁର୍ଗା ମନ୍ଦିର ମଧ୍ୟରେ ନିଜ ସାଇକେଲରେ ଯାଉଥିବା ସମୟରେ ବଡ଼ପଣ୍ଡା ବସ ଧକ୍କା ଦେଇଥିଲା ଝିଅର ଜୀବନ ଅଳ୍ପକେ ବର୍ତିଯାଇଛି ହେଲେ ତାର ଗୋଡ଼ରେ ଗଭୀର ଆଘାତ ଲାଗିଛି । ଝିଅଟି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି ।

0
0
0
s2sdefault