ହେଡଲାଇନସ୍:

ପୂରଣ ହେଲା ଘରର ସ୍ବପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶାସନର ଉପସ୍ଥିତିରେ ଗୃହ ପ୍ରବେଶ କଲେ ଅନେକ ହିତାଧିକାରୀ

ବରଗଡ :- ମଣିଷକୁ ବଞ୍ଚିବା ପାଇଁ ମୁଖ୍ୟତଃ ଖାଦ୍ୟ , କପଡା, ଓ ଗୋଟେ ଘର ଏକାନ୍ତ ଆବଶ୍ୟକ । ପ୍ରତ୍ୟେକ ମଣିଷର ସ୍ୱପ୍ନ ନିଜର ଏକ ଘର । ଯେଉଁ ଘରେ ସେ ତାର ପରିବାର ସହିତ କୋଣସି ପରିସ୍ଥିତି ଖୁସିରେ ରହିପାରିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିନାହିଁ । ସରକାର ଗ୍ରାମାଞ୍ଚଳରେ ବସବାସ କେଉଁଥିବା ପ୍ରତ୍ୟେକ ଲୋକଙ୍କ ପାଇଁ ପକ୍କା ଘର କରିବା କାମରେ ଜୋରସୋରରେ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ଅନେକ ଗୁଡିଏ ଆବାସ ଯୋଜନା ରହିଛି । କିଛି ବର୍ଷ ପୂର୍ବରୁ ଗ୍ରାମାଞ୍ଚଳ ମାନଙ୍କରେ ଝୁପୁଡି ଘର କିମ୍ବା ମଟିଛପର ଘର ଅନେକ ପରିମାଣ ରେ ଥିଲା । କିନ୍ତୁ ସରକାର ଙ୍କର ଆବାସିକ ଯୋଜନା ଦ୍ୱାରା ଧୀରେ ଧୀରେ ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ହିତାଧିକାରୀ ମାନଙ୍କୁ ଘର ତିଆରି କରିବା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।ବ୍ଲକର ବିଡିଓ ଙ୍କର ଠାରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ସଚିବ ପର୍ଯନ୍ତ ସମସ୍ତେ ରୁରାଲ ହାଉସିଂ ଉପରେ ଗରୁତ୍ବ ଦେଉଛନ୍ତି । ଯାହା ଫଳରେ ଚଳିତ ବର୍ଷ ଗୃହ ନିର୍ମାଣରେ ଅନେକ ସଫଳତା ଦେଖିବାକୁ ମିଳିଛି । 

     ଆଜି ପବିତ୍ର ମହାସପ୍ତମୀ ପୂଜା । ପାଇକମାଲ ବ୍ଲକର ବିଭିନ୍ନ ପଂଚାୟତ ମାନଙ୍କରେ ନିର୍ମାଣ ସାରିଥିବା ଅନେକ ଘରର ହିତାଧିକାରୀ ମାନେ ଏକା ସାଙ୍ଗରେ ନିଜର ଗୃହକୁ ଗୃହ ପ୍ରବେଶ କରିଥିଲେ । ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ବ୍ଲକର ସବୁ ପଂଚାୟତ ରେ ଏହି ଗୃହପ୍ରବେଶ କାର୍ଯ୍ୟକ୍ରମ କରାଯାଇଥିଲା। ବିଡ଼ିଓ ନିଜେ ମାଣ୍ଡୋସିଲ ପଂଚାୟତ ର ବିଭିନ୍ନ ଗ୍ରାମକୁ ଯାଇ ହିତାଧିକାରୀଙ୍କ ସହିତ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସେହିଭଳି ଏବିଡ଼ିଓ ଶ୍ରୀ ଭୀଷ୍ମ ଦେବ ମାଝୀ ପାଇକମାଲ ଓ ଭେଙ୍ଗରାଜପୁର ପଂଚାୟତ ଓ ଶ୍ରୀ ରମେଶ ସେଠି କାଂଶଡ଼ା ପଞ୍ଚାୟତ ରେ ହିତାଧିକାରୀ ଙ୍କର ସହିତ ସାମିଲ ହୋଇଥିଲେ । ଅନ୍ୟ ସବୁ ପଂଚାୟତ ରେ ସ୍ଥାନୀୟ କାର୍ଯନିର୍ବାହୀ ଅଧିକାରୀ ମାନେ ହିତାଧିକାରୀଙ୍କ ସହିତ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ରୁରାଲ ହାଉସିଂ ର ପ୍ରୋଜେକ୍ଟ କୋଅଡିନେଟର ଶ୍ରୀ ମାନସ ରଞ୍ଜନ ରାଜହଂସ ସୂଚନା ପ୍ରଦାନ କରିଛନ୍ତି । 

0
0
0
s2sdefault