ହେଡଲାଇନସ୍:

ଅଲୋଡା ତୁଳସୀ ପାଇଲା କୋଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ଝିଅ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଆଜିକର ସଭ୍ୟ ସମାଜ କିଏ ଝିଅ କୁ ଅଲୋଡା କରିବା କୁ ପଛାଉନାହିଁ ତ କିଏ କୋଳେଇ ନେଉଛି । ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ କିଛି ଦିନ ତଳେ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ମା’ର କୋଳ ପାଇଛି । ସୁଦୂର ବେଙ୍ଗାଲୁରୁରୁ ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି ଶିଶୁକନ୍ୟାଟିକୁ ।

ଘଟଣାଟି ଗତ ମାର୍ଚ୍ଚ ୭ ତାରିଖର। ବଲାଙ୍ଗୀର ତୁଲସୀନଗରପଡ଼ା ଆୟୁର୍ବେଦିକ କଲେଜ ନିକଟର ନାଳରୁ ଉଦ୍ଧାର ହୋଇଥିଲା ଏକ ଶିଶୁ କନ୍ୟା । ନାଳ ନିକଟରେ  ନବଜାତ ଶିଶୁ କନ୍ୟାଟି ରଡ଼ି ଛାଡୁଥିଲା। । ଛୁଆର କାନ୍ଦବୋବାଳି ଦେଖି ଲୋକ ରୁଣ୍ଡ ହୋଇଯାଇଥିଲେ । ପାଖ ପଡ଼ୋଶୀ ଶିଶୁ କନ୍ୟାକୁ ଉଦ୍ଧାର କରି ନିକଟ ଆୟୁର୍ବେଦିକ କଲେଜରେ ଚିକିତ୍ସା କରାଇଥିଲେ । ତାପରେ ଚାଇଲ୍ଡ ଲାଇନ କର୍ମକର୍ତ୍ତା ଶିଶୁ କନ୍ୟାକୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁସ୍ଥ ହେବା ପରେ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ କମିଟି ହେପାଜତରେ ନେଇ ଲାଳନପାଳନ କରିଥିଲା । ଯେହେତୁ ତୁଲସୀନଗରରୁ ଛୁଆ ଉଦ୍ଧାର ହୋଇଥିଲା ତେଣୁ ନାଁ ଦିଆଯାଇଥିଲା ‘ତୁଳସୀ’ ।

0
0
0
s2sdefault