ହେଡଲାଇନସ୍:

ବୈଜୟନ୍ତଙ୍କ ହାତ ଛାଡିଲେ ରମେଶ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ମୋ ପଲମରେ ଆଉ ରୁଟି ସେକନ୍ତୁନି" ବୈଜୟନ୍ତଙ୍କୁ ଏ ବାର୍ତ୍ତା ଦେଇଛନ୍ତି କି ରମେଶ !

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ ଘଟଣା କ୍ରମରେ ବର୍ତ୍ତମାନ ଚର୍ଚ୍ଚାରେ ଥିବା ଓଟିଭି ବରିଷ୍ଠ ସାମ୍ବାଦିକ ରମେଶ ରଥ ଓଟିଭି ଛାଡିଥିବା ଜଣାପଡିଛି | ସେ ଓଟିଭିରୁ ଇସ୍ତଫା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି |  ଓଟିଭିର ମାନବ ସମ୍ବଳ ମୁଖ୍ୟଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିବା ବେଳେ ସେଥିରେ  ଇସ୍ତଫାର କାରଣ କିଛି ଉଲ୍ଲେଖ କରିନଥିବା ତାଙ୍କ ନିକଟତମ ମହଲରୁ ଜଣାପଡିଛି | କିଛି ଦିନ ତଳେ  କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ମାମଲାରେ ଶ୍ରୀ ରଥକୁ କେନ୍ଦୁଝର ପୋଲିସ ଉଠାଇ ନେବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିଲା | ପୋଲିସ କେମିତି ଜଣେ ସାମ୍ବାଦିକଙ୍କୁ ଏମିତି ଅଭ୍ୟାସଗତ ଅପରାଧୀ ଭଳି ଉଠାଇନେବା ବୋଲି ପ୍ରଶ୍ନ ଉଠିଥିଲା | ଆଉ ତାକୁ ନେଇ ପୂର୍ବତନ ସଂସଦ ବୈଜୟନ୍ତ ପଣ୍ଡା ଏହାକୁ ଜାତୀୟ ପ୍ରସଙ୍ଗ କରିବା ସହ ଓଡିଶା ପୋଲିସର  କାଯ୍ୟକଳାପ  ପାକିସ୍ଥାନ ପରି ବୋଲି କହି ବିବାଦକୁ ଆସିଥିଲେ | ଆଉ ରାଜ୍ୟବ୍ୟାପି ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ଓ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା | ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏଭଳି ପରିସ୍ଥିତିରେ  ରମେଶ ରଥଙ୍କ ଇସ୍ତଫା କିଛି ପ୍ରଶ୍ନ ଉଠାଇଛି | ପ୍ରଥମତଃ କୌଣସି ଚାପ ଯୋଗୁ ରମେଶ ଏହି ପଦକ୍ଷେପ ଉଠାଇ ନାହାନ୍ତି ତ ! ନାଇଁ ତ ବୈଜୟନ୍ତଙ୍କ ତାଙ୍କୁ ପଲମ ଭାବେ ବ୍ୟବହାର କରି ତାଙ୍କ ରାଜନୈତିକ ରୁଟି ସେକୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ଅସହାୟତା କାରଣରୁ ରମେଶ ଏଭଳି ନିଷ୍ପତ୍ତି ନେଇନାହାନ୍ତି ତ !   ଓଟିଭି ଛାଡିବା ଖାଲି ନୁହେ ସେ ସାମ୍ବାଦିକତା ଛାଡିବା ପାଇଁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି | କି ପ୍ରକାର ଅସହାୟ ପରିସ୍ଥତି ସୃଷ୍ଟି ହେଲା ଓ କେଉଁଭଳି ମନୋସ୍ଥିତିରେ ରହି ରମେଶ ଏଭଳି ନିଷ୍ପତ୍ତି ନେଲେ ତାହା ନିହାତି ଭାବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ |   ଯାହା ଶୁଣିବାକୁ ମିଳିଛି ଯେ ସେ ବୈଜୟନ୍ତଙ୍କ ଉପରେ ତାଙ୍କର ଭରସା ପାଇ ନଥିବା ଯୋଗୁ ସେ ସେ ସଂସ୍ଥା ଛାଡିଦେଇଛନ୍ତି | ହେଲେ ରମେଶ ରଥ ମୁହଁ ଖୋଲିବା ପରେ ଜଣାପଡିବ | ଓଟିଭି ଭଳି ଏକ ବଡ ମିଡ଼ିଆ ହାଉସ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ଟାଣୁଆ ନେତା ବା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପରିବାର ମାଲିକାନାରେ  ଥିବା ସଂସ୍ଥାରେ କାର୍ଯ୍ୟ କରୁଥିବା ରମେଶ କାହିଁକି ଅସୁରକ୍ଷିତ ମନେକଲେ ତାହା ଏବେ କୋଟିଏ ଡଲାରର ପ୍ରଶ୍ନ | ହେଲେ "ମୋ ପଲମରେ ଆଉ ରୁଟି ସେକନ୍ତୁନି" ବୋଲି ବୈଜୟନ୍ତଙ୍କୁ ଏକ ପରୋକ୍ଷ ବାର୍ତ୍ତା ଦେଇ ଓଟିଭି ଛାଡ଼ିନାହାନ୍ତି ତ ରମେଶ ! ଯଦି କାହା  ଭୟରେ ବା ନିଜ ସଂସ୍ଥା ଓ ମାଲିକଙ୍କ ଉପରେ ଭରସା ତୁଟାଇ ବା ନିଜକୁ ନିରାପଦ ନମଣି ଯଦି ରମେଶ  ଇସ୍ତଫା ଦେଇଥାନ୍ତି ତେବେ ତାହା ସାମ୍ବାଦିକ ଦୁନିଆ ପାଇଁ ବି ଏକ ଶକ୍ତ ଜାବୁଡା | ଦେଖାଯାଉ ରମେଶ କଣ କହୁଛନ୍ତି |  

0
0
0
s2sdefault