ହେଡଲାଇନସ୍:

ମୋଟିଭେଟର ଭୂମିକାରେ ମନ୍ତ୍ରୀ ଅରୁଣ : ଦେଲେ ସଂକଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରେରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନା ସମୟରେ ଘରେ ରହି ପ୍ରଯୁକ୍ତି ଓ ଟେକ୍ନୋଲୋଜି ର ସଦୁପଯୋଗ କରି ଜ୍ଞାନ ଆହରଣ କରି ପାରିବା – ଡ଼ଃ ଅରୁଣ ସାହୁ

ପାଠ୍ୟପୁସ୍ତକ (ଟେକ୍ସଟ ବୁକ) ପଢିବା ସହିତ ଜ୍ଞାନ ପାଠ(ନଲେଜ ଟେକ୍ସଟ)  ବି ପଢନ୍ତୁ ଛାତ୍ରଛାତ୍ରୀ 

 "୧୬୬୫ ଖ୍ରୀଷ୍ଟାଦ୍ଧ ରେ କେମ୍ବ୍ରିଜ୍ ୟୁନିଭରସିଟି ପ୍ଲେଗ୍ ଯୋଗୁଁ କିଛି ଦିନ ପାଇଁ  ବନ୍ଦ ହୋଇଗଲା । ନିଉଟନ ତାଙ୍କର ସ୍ନାତକ ସେ ସାରିଥାନ୍ତି | ଏହି ବର୍ଷକୁ ଅର୍ଥାତ ବର୍ଷ ୧୬୬୫କୁ ଇଅର ଅଫ ମୀରାକିଲ ବା ବିସ୍ମୟର ବର୍ଷ ବୋଲି କୁହାଯାଏ କାରଣ ସେହିବର୍ଷ ନିଉଟନ ବିଶ୍ୱକୁ  ଗତିର ତିନୋଟି ନିୟମ (ଥ୍ରୀ ଲଜ ଅଫ ମୋସନ) ଓ  ମାଧ୍ୟାକର୍ଷଣ ତତ୍ତ୍ୱ (ଲଜ ଅଫ ଗ୍ରଭିଟି) ଆଦି ଆବିଷ୍କାର କରି ବିଶ୍ୱ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ |  ଏଜୁକେସନ ଇଜ ନଟ ଦି ଲର୍ଣ୍ଣିଙ୍ଗ ଅଫ ଫ୍ୟାକ୍ଟସ, ବଟ ଟ୍ରେନିଂ ଅଫ ମାଇଣ୍ଡ ଟୁ ଥିଙ୍କ  | ଏକଥା କହିଥିଲେ ଆଇନ ଷ୍ଟାଇନ | ତାଙ୍କ ମତରେ ଆମର ଚିନ୍ତା କରିବା ଶକ୍ତିକୁ ହିଁ ଶିକ୍ଷା କୁହାଯାଏ । ସେହିଭଳି ଏବେ କରୋନା କାରଣ ରୁ ଖାଲି ଭାରତ କି ଓଡିଶା ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏବେ ସମଗ୍ର ପୃଥିବୀ, ଭାରତ ଆଉ ଓଡିଶା କରନା କାରଣରୁ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ  ଅସ୍ୱାଭାବିକ ସ୍ଥିତି ଦେଇ ଗତି କରୁଛି | କୋଭିଡି-୧୯ କରୋନା ଭାଇରସ୍ ଦ୍ବାରା ଯେଉଁ ବାଧା ବିଘ୍ନ ବିପତ୍ତି ଉପୁଜିଛି ତାକୁ କିଭଳି ସୁଯୋଗ ରେ ପରିଣତ କରିହେବ ତାହା ଭାବି ଚାଲିବାର ବେଳ, ଯାହାକି ଛାତ୍ର ଛାତ୍ରୀ ମାନେ ବେଶ କରିପାରିବେ" ବୋଲି କରୋନାର ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଅତିକରକ କରୁଥିବା ରାଜ୍ୟର ଅଗଣିତ ଛତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରେରଣାଦାୟୀ ବକ୍ତବ୍ୟ ସମ୍ବଳିତ ଏକ ଭିଡିଓ ଜାରି କରି କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା, କୃଷି କୃଷକ କଲ୍ୟାଣ, ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | କରୋନା ସମୟରେ କୃଷି କୃଷକ ମାନଙ୍କ ପାଖରେ ସୂଚନା ପହଞ୍ଚାଇବାର ଡିଜିଟାଲ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇଥିବା ଡ଼ ସାହୁ କରୋନା ଚାପରେ ସନ୍ତୁଳି ହେଉଥିବା ଛତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ପାଇଁ ଆରମ୍ଭ କରିଛନ୍ତି ଅଭିନବ ପ୍ରୟାଶ | ବିଭିନ୍ନ ପ୍ରସଙ୍ଗରେ ସ୍ୱତନ୍ତ ଭିଡିଓ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାର ବା ନିକ ମତ ପହଞ୍ଚାଇବାର ଉଦ୍ୟମ କରି ଆସିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ଏବେ ମୋଟିଭେଟର ଭୂମିକାରେ |  କରୋନା ସଂକଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରେରଣା ଦାୟୀ ଭିଡିଓ ଜାରି କରି ଉପରୋକ୍ତ ମତ ରଖିଛନ୍ତି | 

 ସେଥିରେ ମନ୍ତ୍ରୀ ଡ଼ ସାହୁ  "ଇତିହାସ କୁହେ ଛାତ୍ରଛାତ୍ରୀମାନେ ସବୁବେଳେ ନୂଆ ,ଆଗୁଆ ସାମର୍ଥ୍ୟ ରେ ଭରପୁର , ଉନ୍ନତ ମାନର ଜ୍ଞାନ କୌଶଳ ରେ ନିପୁଣ । ଶ୍ରେଣୀ ଗୃହ ରେ ନିଆରା ଆନନ୍ଦ ଓ ପରୀକ୍ଷାରେ ନୂଆ ଆହ୍ୱାନ ଥାଏ ।ଏବେ କରୋନା ଭଳି ପରିସ୍ଥିତିରେରେ ଛାତ୍ର ଛାତ୍ରୀ ଙ୍କ ହାତରେ ଯଥେଷ୍ଟ ସମୟ |  ଲକଡାଉନ୍ , ସଟ ଡାଉନ ସମୟରେ ଘରେ | ଛାତ୍ର ଛାତ୍ରୀ ଜ୍ଞାନର ଆହରଣ ପାଈଁ ପାଠ୍ୟପୁସ୍ତକ (ଟେକ୍ସଟ ବୁକ) ପଢିବା ସହିତ ଜ୍ଞାନ ପାଠ(ନଲେଜ ଟେକ୍ସଟ)  ବି ପଢନ୍ତୁ ଛାତ୍ରଛାତ୍ରୀ | ନିଜ ନିଜର ଅନେକ କଳା ସାମର୍ଥ୍ୟ ଉପରେ ସଫଳ ପ୍ରଚେଷ୍ଟା କରି ପାରିବେ । ଆଧୁନିକ ସମାଜ ହେଉଛି  ଜ୍ଞାନ ସମାଜ( ନଲେଜ ସୋସାଇଟି)  ଓ ଅଭିଳାଷୀ ସମାଜ (ଆସ୍ପିରେସନଲ ସୋସାଇଟି ) | ତେଣୁ ମୁ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଛାତ୍ରଛାତ୍ରୀମାନେ ନିଜ ପାଠ୍ୟପୁସ୍ତକକୁ ଭଲଭାବେ ପଢନ୍ତୁ |  ତା ସହିତ ବାହ୍ୟ ଜ୍ଞାନ ଆହରଣ ପାଇଁ ରଚନା , ଜୀବନୀ , ଆତ୍ମ ଜୀବନୀ , ପ୍ରବନ୍ଧ, ଉପନ୍ୟାସ ,କାବ୍ୟ କବିତା , ଗଳ୍ପ , ନାଟକ , ବ୍ୟାକରଣ , ପତ୍ର ପତ୍ରିକା ଇତ୍ୟାଦି ପଢନ୍ତୁ  । ଏଥିପାଇଁ ପ୍ରଯୁକ୍ତି ଓ ଟେକ୍ନୋଲୋଜିର ସଦୁପଯୋଗ କରିପାରିବ ।" 

ଡ଼ ସାହୁ ଆହୁରି ମଧ୍ୟ କହିଛନ୍ତି  ଯେ "କରୋନା ନିହାତି ଭାବେ ଚାପରେ ସମୟ | ପିଲାମାନେ ଜାଣିଥିବେ ଅତ୍ୟଧିକ ଚାପ ଭିତରେ ହିଁ ହୀରାର ସୃଷ୍ଟି |   ହୀରା ପାଇଁ ଯେପରି ଚାପର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ, ସେହିଭଳି କରୋନା ଏକ ଚାପର ସମୟ ଏହି ଚାପ ର ସଦୁପଯୋଗ କରି ଶିକ୍ଷାର୍ଥୀ ମାନେ ନିଜକୁ ହୀରା ଭାବେ ଗଢିତୋଳିବାକୁ ଚେଷ୍ଟା କରନ୍ତୁ | ଏହାକୁ ଏକ ସଙ୍କଟ  ବୋଲି ନଭାବି ସୁଯୋଗ ଭାବେ କାମରେ ଲଗାନ୍ତୁ |  ଫଳରେ ଛାତ୍ରଛାତ୍ରୀମାନେ ନିଜ ପାଇଁ ତଥା ଦେଶ ପାଇଁ ସ୍ୱର୍ଣ୍ଣିମ ଭବିଷ୍ୟତ ଗଢ଼ିପାରିବେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସ୍ କେତେକ ପ୍ରତିକୂଳ ପରିସ୍ଥିତିରେ ବହୁତ ଥର ଚିଠି ଆଉ ଡାଏରୀ ମଧ୍ୟ ଲେଖୁଥିଲେ । ” ଅସଲ ପାଠ ର ଲକ୍ଷ୍ୟ ହେଲା ବ୍ୟକ୍ତିତ୍ୱର ସମନ୍ୱିତ ଓ ସନ୍ତୁଳିତ ବିକାଶ, ଅର୍ଥାତ ଦେହ ମନ ଓ ମସ୍ତିଷ୍କ ର ପୂର୍ଣ୍ଣାଙ୍ଗ ତଥା ସନ୍ତୁଳିତ  ବିକାଶ । ପୁରାତନ ଗ୍ରୀସ ସଭ୍ୟତାରେ ଥିବା ଏଥେନ୍ସ ଆଉ ସ୍ପାର୍ଟ।ର ଅବତାରଣା କରି ମନ୍ତ୍ର ଡ଼ ସାହୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ  ଏଥେନ୍ସ କଲା, ସଂସ୍କୃତିର ନଗରୀ ଥିବା ବେଳେ ସ୍ପାର୍ଟ। ଥିଲା ଶାରରୀକ ଦକ୍ଷତା, କ୍ରୀଡା ନିପୁଣତା ଓ ସାମରିକ କଲା ପାଇଁ ପ୍ରସିଦ୍ଧ | ଗୋଟିଏ ଥିଲା ନରମ, ଆଉ ଗୋଟିଏ କଠିନ ବା କଠୋର | ଗୋଟିଏ ଷ୍ଟାଡିୟମ ତ ଆଉ ଗୋଟିଏ ଅଡିଟୋରିଅମ | ହେଲେ ବ୍ୟକ୍ତିତ୍ୱର ପୂର୍ଣ୍ଣତା ଓ ସମତୁଲ ବିକାଶ ପାଇଁ ଉଭୟ ଜରୁରୀ |  ଅର୍ଥାତ କୋମଳ ମସ୍ତିଷ୍କର ବିକାଶ ସହ ଶରୀରର ବିକାଶ  ବି ଅତ୍ୟାବଶ୍ୟକ | ତେଣୁ ପଢ଼ାପଢ଼ି ସହ  ଛାତ୍ରଛାତ୍ରୀ ମାନେ ଯୋଗ, ବ୍ୟାୟାମ, ପ୍ରାତଃ ଭ୍ରମଣ  ଉପରେ ଗୃରୁତ୍ଵ ଦେବାର ଆବଶ୍ୟକତା ରହିଛି | ଆମେ ଜାଣୁ, ହେଲେ ଏ ସବୁକୁ ଅଭ୍ୟାସରେ ପକାଇବାର ଏଇଟା ଏକ ପ୍ରକୃଷ୍ଟ ସମୟ |ଫଳରେ ଶରୀର ସୁସ୍ଥ ରହିବ, ରୋଗ ନିବାରଣ ଶକ୍ତି ବଢିବ ଆଉ ମସ୍ତିସ୍କ ବି ସୁସ୍ଥ ରହିବ |" 

ଉପସଂହାରରେ ମନ୍ତ୍ରୀ କହିଛନ୍ତି ଯେ " ଆମ ଦେଶରେ ଆମ ରାଜ୍ୟ ଅଗ୍ରଣୀ ଓ ବିକାଶଶୀଳ ହେବା ପାଇଁ ଆମ ପାଖରେ ଜ୍ଞାନ ଭଣ୍ଡାର ହେବା ନିତ୍ୟାନ୍ତ ଆବଶ୍ୟକ । କାଲିରେ ବିଶ୍ୱାସ ନରଖି  ଆଜି କୁ ସଦୁପଯୋଗ କରି ନିଜକୁ ଗଢିବା ପାଇଁ ରାସ୍ତା ପ୍ରଶସ୍ତ କରିବା ସହ ରାଜ୍ୟ, ଦେଶ ତଥା ବିଶ୍ୱ ପାଇଁ ଆମେ ଉପଯୋଗୀ ପ୍ରମାଣିତ ହୋଇପାରିବା ଓ   ଏକ ଗୌରବାବହ ଇତିହାସର ଅଂଶୀଦାର ହୋଇପାରିବା | ସମୟର ସଦୁପଯୋଗ କରି ଏହି ବଳି ଯାଇଥିବା ସମୟ କିମ୍ବା ମିଳିଥିବା ସମୟକୁ ନଷ୍ଟ ନକରି ସମୟକୁ ଏଭଳି ଭାବରେ ବ୍ୟବହାର କରିବା ଯେଭଳି ଆମ ପରିବାର , ଆମ ଜୀବନ , ଆମ ଭବିଷ୍ୟତରେ ଆମ ସମାଜ ଆମ ଉପରେ ଗର୍ବ କରିବ" ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ସାହୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟରେ ରଖିଛନ୍ତି | ଛାତ୍ରଛାତ୍ରୀମାନେ କାର୍ୟରେ ଲଗାଇବା ପାଇଁ ମଧ୍ୟ  ଅନୁରୋଧ କରିଛନ୍ତି ମନ୍ତ୍ରୀ ଡ଼ ସାହୁ | 

 

0
0
0
s2sdefault