ହେଡଲାଇନସ୍:

ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ / କୁଏତ:  ଦୁଇଦିନିଆ କୁଏତ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାତିରେ କୁଏତ ବିମାନବନ୍ଦରରେ ଅବତରଣ କରିଛନ୍ତି ।  କୁଏତ ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୁଏତର ତୈଳ ମନ୍ତ୍ରୀ ତଥା କାର୍ଯ୍ୟକାରୀ ବିଦ୍ୟୁତ୍ ଓ ଜଳ ମନ୍ତ୍ରୀ ଡ ଖାଲିଦ ଅଲି ଅଲ-ଫାଦେଲ ସ୍ୱାଗତ କରିଥିଲେ | 

ସୂଚନାଯୋଗ୍ୟ ଯେ, କୁଏତର ସମ୍ରାଟ ଶେଖ ସବାହ ଅଲ-ଅହମ୍ମଦ ଅଲ-ସବାହଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଜ୍ଞାପନ କରିବା ପାଇଁ ଆଜି (ରବିବାର) ଠାରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶ ପତ୍ରକୁ କୁଏତର ନୂଆ ସମ୍ରାଟ ଶେକ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ବୈଠକରେ ଯୋଗ ଦେବା ସହ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଆ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆସନ୍ତା ୧୨ ରେ କୁଏତର ନୂଆ ସମ୍ରାଟ ଶେକ ନୱାଫ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହ ଓ କୁଏତର ତୈଳ ମନ୍ତ୍ରୀ ଡଃ ଖାଲିଦ ଅଲି-ଅହମ୍ମଦ ଅଲ-ଫାଦେଲଙ୍କ ସହ ନିର୍ଦ୍ଧାରିତ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଆ ଉଦ୍ୟୋଗପତିଙ୍କ ସହ ମଧ୍ୟ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିବେ।

0
0
0
s2sdefault