ହେଡଲାଇନସ୍:

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ  ରକ୍ତଦାନ ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର/ଶାସକ ପ୍ରଶାସକ :  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ୱାର୍ଡ଼ ନମ୍ୱର-୪, ପାହାଳ ସେବା ସମବାୟ ସମିତି ଅତିଥି ଭବନ ପରିସରରେ ଆୟୋଜନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ ଉଦଘାଟନ କରିଥିଲେ, ଓଡ଼ିଶା ମୋ ପରିବାର ସଦସ୍ୟ ତଥା ବିଜେଡି ସମ୍ପାଦକ ଶ୍ରୀ ସୁବାସ  ପାତ୍ର, ଦୁର୍ଗା ସାମନ୍ତରାୟ, ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଖୋର୍ଦ୍ଧା କେନ୍ଦ୍ରୀୟ ବ୍ୟାଙ୍କ୍ ସଭାପତି ପ୍ରଶାନ୍ତ କୁମାର ଦାଶ ,ସ୍ଥାନୀୟ କର୍ପୋରେଟର ଗାୟତ୍ରୀ ଲେଙ୍କା, ଜିଲ୍ଲା ବିଜେଡ଼ି  ସମ୍ପାଦକ ଅକ୍ଷୟ କୁମାର ଲେଙ୍କା ୱାର୍ଡ ନମ୍ବର-୪ ବିଜେଡ଼ି ସଭାପତି ରମାକାନ୍ତ ଜେନା, ପାହାଳ ରସଗୋଲା ବଜାର କମିଟି ସଭାପତି ପଟ୍ଟନାୟକ ବାବୁ, ଯୁବ ବିଜେଡି ନେତା ଲୋକେଶ କୁମାର, ବାଣୀ କଲ୍ୟାଣ, ସୌମ୍ୟ ରଂଜନ ପ୍ରଧାନ, କୁମାର ନୂତନ , ଅକ୍ଷୟ ସ୍ବାଇଁ ଅତିଥି ଭାବରେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବବାହିନି ସଦସ୍ୟ ଓ ବୁଦ୍ଧିଜିବୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ । ଏହି ରକ୍ତ ଦାନ ଶିବିରରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା ବୋଲି ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।

0
0
0
s2sdefault