ହେଡଲାଇନସ୍:

ଆଖି ଭିଜେଇ ବାହୁଡ଼ିଗଲେ ଅଜିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଆ ସିନେମା, ଛୋଟପରଦା ଓ ମଂଚ ଦୁନିଆର ଅନ୍ୟତମ ମହାରଥୀ ତଥା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଶିକ୍ଷାବିତ ଅଜିତ୍‌ ଦାସ ଆଉ ନାହାନ୍ତି | ସେ ବାହୁଡ଼ି ଯାଇଛନ୍ତି ନିଜ ଅଭିନୟ ସାରି ଆର ପରିକୁ |  ଗତ କିଛି ଦିନ ଧରି ଜ୍ବରରେ ପୀଡିତ ଅଜିତ ବାବୁ ଆଜି ଶେଷରେ ଆଖି ବୁଜିଦେଇଛନ୍ତି | 

 ସଂ ହସ୍ପିଟାରଲେ ଆଖି ବୁଜିଦେଇଛନ୍ତି |  ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।  ପ୍ରାୟ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନ କରିଥିବା ଅଜିତ ବାବୁଙ୍କ ଦେହାନ୍ତ  ଓଡିଶାର କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି |   ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ   ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

କେବଳ ଅଭିନୟ ଓ ନିର୍ଦ୍ଦେଶନା ନୁହେ , ନିରବଛିନ୍ନ ଭାବେ କଳାକାର ତିଆରି କରିବାରେ ନିଜକୁ ନିୟୋଜିତ କରିଥିଲେ ଅଜିତ ଦାସ | ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ   ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର(ଅଜିତ)’ ଅନେକ ଊଦ୍ଦେୟମାନ  ଅଭିନେତା ଓ ଅଭିନେତ୍ରୀ ତିଆରି କରିପାରିଅଛି | 

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରି ଅଜିତ୍‌ ଦାସଙ୍କର ପିଲାଟି ବେଳରୁ ନାଟକ ପ୍ରତି ଆକର୍ଷିତ ହୋଇଥିଲେ | ଆଉ ସେଇ ଆଗ୍ରହ ଓ ସମର୍ପଣ ତାଙ୍କୁ ଜଣେ ସଫଳ ନାଟୁଆ କରି ଗଢି ତୋଳିଥିଲା | ସିନେମା ଧାରାବାହିକରେ ଅଭିନୟ କଲେ ବି ନାଟକ ଥିଲା ତାଙ୍କ ଜୀବନ |  

ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଯୋଜକ  ଧୀର ବିଶ୍ୱାଳଙ୍କ  ନିର୍ମିତ ‘ସିନ୍ଦୂର ବିନ୍ଦୁ’ କଥାଚିତ୍ରରେ ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ପାଇଥିଲେ  ଅଜିତ ଦାସ ୧୯୭୬ ମସିହାରେ । କେତେବେଳେ ଖଳନାୟକ, କେତେବେଳେ ଖଳନାୟକ ଆଉ କେତେବେଳେ ଚରିତ୍ର ଅଭିନେତା, ଭିନ୍ନଭିନ୍ନ ଭୂମିକାରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିତିପାରିଥିଲା | ଶଙ୍ଖ ମହୁରୀ, ପରଝିଅ ଘର ଭାଂଗେନା, କେବେ ତମେ ନାହଁ କେବେ ମୁଁ ନାହିଁ, କୁଳ ଚନ୍ଦ୍ରମା, ପୁନର୍ମିଳନ, ଆହୁତି, ସନ୍ଧ୍ୟା ତାରା, ସିନ୍ଦୂର ବିନ୍ଦୁ, ଆମ ଭିତରେ କିଛି ଅଛି , ମୁଖ୍ୟମନ୍ତ୍ରୀ, ତୋ ବିନା ମୋ କାହାଣୀ ଅଧା,ଆଶାର ଆକାଶ , ମୁ ତୁମେ ଓ ସେ, ତପସ୍ୟା , ବାଟ ଅବାଟ , ଗୌରୀ,ପିପାସା,  ତୁଣ୍ଡ ବାଇଦ, ଫୁଲ ଚନ୍ଦନ , ହାକିମବାବୁ  ଆଦିରେ ଚଳଚିତ୍ରରେ  ଅଜିତ୍‌ ଦାସଙ୍କ ଜୀବନ୍ତ ଅଭିନୟ ଦର୍ଶକୀୟ ଆଦୃତି ଲାଭ କରିଛି। 

 

0
0
0
s2sdefault