ହେଡଲାଇନସ୍:

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ୧୮ଜଣ ଜନପ୍ରତିନିଧି ବୈଠକ ବର୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର /ସିଦ୍ଧାର୍ଥ ଦାଶ - ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ପକ୍ଷରୁ ଆସିଥିବା ଅନୁଦାନ କିଭଳି ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବ୍ଲକର ସମସ୍ତ ପଞ୍ଚାୟତର ପାନୀୟଜଳ ବ୍ୟବସ୍ଥା‌, ନୂତନ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ, ବିଦ୍ୟାଳୟ କୋଠା ନିର୍ମାଣ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପଶୁଙ୍କ ଚିକିତ୍ସା ନିମନ୍ତେ ଏଲ୍‌ଆଇ କୋଠା ନିର୍ମାଣ ଓ ମରାମତି ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିବାକୁ ଏହି ଅର୍ଥ ବିନିଯୋଗ କିଭଳି କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା ବୈଠକରେ କରାଯାଇଥିଲା। ଏଥି ନିମନ୍ତେ କେନ୍ଦ୍ରୀୟ ଅର୍ଥ କମିଶନ ପକ୍ଷରୁ ୬ ଲକ୍ଷ ୬୬ ହଜାର ୩୧୩ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ପକ୍ଷରୁ ୪ଲକ୍ଷ ୩୮ହଜାର ୮୩୯ ଟଙ୍କା ପଞ୍ଚାୟତ ପିଛା ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି। ଏଥି ନିମନ୍ତେ ପଞ୍ଚାୟତର ଜନପ୍ରତିନିଧି ମାନେ ନିଜ ପଞ୍ଚାୟତର ତାଲିକା ପ୍ରସ୍ତୁତ କରି ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିବା ସୂଚନା ଦିଆଯାଇଥିଲା।ଅନ୍ୟପଟେ ପଞ୍ଚାୟତ ସମିତି ତଥା ବିଡିଓଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରି ଆଜି ୧୮ଜଣ ଜନପ୍ରତିନିଧି ବୈଠକ ବର୍ଜନ କରିଛନ୍ତି।  ଏଥିସହ ବ୍ଲକ ଉପାଧ୍ୟକ୍ଷ ଏସୋ ଶବରଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ଜନପ୍ରତିନିଧି ମାନେ ଏନେଇ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ରୀନା ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ ସମିତି ବୈଠକରେ ରୁର୍ବାନ୍‌ ଅନୁଦାନ ବିନିଯୋଗ ନେଇ ସମିତି ସଭ୍ୟ ଓ ସରପଞ୍ଚ ଦେଇଥିବା ପ୍ରସ୍ତାବ ପରିବର୍ତ୍ତନ କରାଯିବା, ଟେଣ୍ଡର ଦ୍ବାରା ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର କରାଯିବା, କାମ ସମ୍ପୂର୍ଣ ହେଲେ ମଧ୍ୟ ବିଲ୍‌ କରାଯାଉନଥିବା, ସମିତି ଦ୍ୱାରା ଅନୁମୋଦନ ମିଳିବା ସତ୍ତ୍ବେ ପଞ୍ଚାୟତରସ୍ତରରେ କାର୍ଯ୍ୟକାରୀ ନକରିବା ଆଦି ଅଭିଯୋଗ କରିଛନ୍ତି ।

0
0
0
s2sdefault