ହେଡଲାଇନସ୍:

ବେଆଇନ ଭାବରେ ଶ୍ରମିକ ନେବାକୁ ଆସିଥିବା ବସ ଅଟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲୋକେ ସଚେତନ, ଉପଜିଲ୍ଲାପାଳ ଖବର ପାଇବା ପରେ ତାମିଲନାଡୁ ଗାଡିକୁ ସିଜ କଲା ପୋଲିସ 

ବରଗଡ :- ଲକଡାଉନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକ ମାନେ  କାମ ଅଭାବ ଓ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜର ଘରମୁହାଁ ହୋଇଥିଲେ । ଏବେ ଲକଡାଉନ ଖୋଲିବା ପରେ ବାହାର ରାଜ୍ୟର ବିଭିନ୍ନ କମ୍ପାନୀ ମାନେ କଳେବଳେ  କୌଶଳେ ପୁଣିଥରେ ଶ୍ରମିକ ମାନଙ୍କୁ ଫେରାଇ ନେବାପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଶ୍ରମିକ ମାନଙ୍କୁ ଅନେକ ପ୍ରକାର ମନଲୋଭା ପ୍ରଲୋଭନ ଦେବା ସହିତ କମ୍ପାନୀ କୁ  ପହଂଚିବା ପର୍ଯନ୍ତ ସମସ୍ତ ଖର୍ଚ୍ଚ ବହନର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ମୁଖ୍ୟ କଥା ହେଲା ଯେ ବାହାର ରାଜ୍ୟକୁ ଶ୍ରମିକ ଯିବା ପାଇଁ ସରକାର ଙ୍କର ଏକ ଗାଇଡ଼ଲାଇନ ରହିଛି | ହେଲେ ବାହାର ରାଜ୍ୟର କମ୍ପାନୀ ମାନେ ସରକାର ଙ୍କର ସବୁ ଗାଇଡ଼ଲାଇନକୁ ବେଖାତିର କରିବା ଭଳି ଜଣା ପଡୁଛି ।  

      ଆଜି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ , ଜଗଦଳପୂର ଥାନା ଅନ୍ତର୍ଗତ ଲଖମରା ଥରେ ଏକ ତାମିଲନାଡୁ ରେଜିଷ୍ଟ୍ରେସନ ଥିବା ବସକୁ ସ୍ଥାନୀୟ ଲୋକେ ଦେଖିଥିଲେ । ଜଣେ ସଚେତନ ନାଗରିକ ତୁରନ୍ତ ଫୋନ ରେ ଏହି ବସ ବାବଦରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କୁ ଜଣାଇବା ପରେ ଉପଜିଲ୍ଲାପାଳ ତୁରନ୍ତ ଏହି ଘଟଣା ବାବଦରେ ଜଗଦଳପୂର ଥାନା ଅଧିକାରୀ ଏଲ ଏଲ ବାର୍ଲାଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ଙ୍କର ଠାରୁ ସୂଚନା ପାଇବା ମାତ୍ରେ ଥାନା ଅଧିକାରୀ ତୁରନ୍ତ ଲଖମରା ପହଂଛି ଉକ୍ତ ବସ ନମ୍ବର TN73 B 1239 କୁ ଜଗଦଳପୂର ଥାନା କୁ ନେଇ ଆସିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ବସ ଉକ୍ତ ଅଂଚଳକୁ ଆସୁଥିବା କୋଣସି ଅଧିକାରୀ ଙ୍କର ପାଖରେ କୋଣସି ସୂଚନା ନଥିଲା । ବସଟି ତାମିଲନାଡୁ ର ଶିରପୁର ର କୋଣସି ଏକ କମ୍ପାନୀ ପାଇଁ ଶ୍ରମିକ ନେବା ପାଇଁ ଆସିଥିବା ବିଶ୍ଵସ୍ଥ ସୂତ୍ରରୁ ପ୍ରକାଶ । ତେବେ ବସ ଟିର ବାବଦରେ ସବିଶେଷ ବିବରିଣୀ ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବାର୍ଲା ଜଣାଇଛନ୍ତି । ବସ ବାବଦରେ ଜଣାଇଥିବା ସଚେତନ ଯୁବକଙ୍କୁ ଉପଜିଲ୍ଲାପାଳ ସଚେତନତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault