ହେଡଲାଇନସ୍:

ଭାରପ୍ରାପ୍ତ ସରପଂଚ ଭାବେ ଦାୟିତ୍ୱ ନେଲେ ନାଏବ ସରପଂଚ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଇକମାଲ:- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି  ସକାଳ ୧୦ ଘଣ୍ଟା.୩୦ ମିନିଟ ରେ ସରକାରୀ ନିଦ୍ଦେଶ ମୁତାବକ ଟେମରୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଗ୍ରାମପଂଚାୟତ ର ୱାର୍ଡ ସଭ୍ୟ ଓ ସଭ୍ୟା ଙ୍କ  ଉପସ୍ଥିତି ରେ ବିଧିବଦ୍ଧ ଭାବେ ଟେମରୀ ଗ୍ରାମପଂଚାୟତ ର କାର୍ଯ୍ୟନିର୍ବାହି ଅଧିକାରୀ ଦେବାଶିଷ ଲୁହା ଙ୍କ ଠାରୁ ଏଠାକାର ନାଏବ ସରପଂଚ ଶ୍ରୀମତି ଶଶୀ ବନଛୋର ଦାୟିତ୍ୱ ଗ୍ରହଣ କରିଛନ୍ତିା । ଏହା ସହିତ କେସବୁକ୍ ରେ ଲିପିବଦ୍ଧ ଥିବା କେନ୍ଦ୍ରୀୟ ଅନୁଦାନ ରାଶି ମୋଟ ଟ-୫୫,୩୮,୫୭୫ଙ୍କା,ରାଜ୍ୟ ଅନୁଦାନ ରାଶି ମୋଟ ଟ-୧୭,୧୪,୭୫୬ଙ୍କା,ଗ୍ରାମପଂଚୟତ ନିଜସ୍ୱ ପାଣ୍ଠି ମୋଟ-ଟ ୧,୪୩,୨୦୩ଙ୍କା ଏବଂ ଭତ୍ତାଟଙ୍କା ମୋଟ-ଟ୨୦,୧୦୦ଙ୍କା ହିସାବ ଅନୁସାରେ ସର୍ବମୋଟ ୭୪ଲକ୍ଷ୧୬ ହଜାର ୬୩୪ଟଙ୍କା ମାତ୍ର ବୁଝି ନେଲେ ା  ଜିଲ୍ଲାପାଳଙ୍କ ଚିଠି ନମ୍ବର ୬୯୬/ଜିପି ତା ୪/୯/୨୦୨୦ ଅନୁସାରେ ସରପଞ୍ଚ ଶ୍ରୀମତୀ ସିଂହଙ୍କୁ ଧାରା ୧୧୫ର ଉପଧାର ୨, ଓପିଜି ଆକ୍ଟ-୧୯୬୪ ଆଧାରରେ ନିଳମ୍ବିତ କରାଯାଇଛି।ଏ ଅବସର ୱାର୍ଡ ମେମ୍ବର ଅମୃତଲାଲ ଠାକୁର,ସବିତା ଘିବଲା,ସସ୍ମିତା ପାଣିଗ୍ରାହୀ,ପଦ୍ମିନୀ ମିର୍ଦ୍ଧା,ମୁନୀ ସୁନା,ରାଜ କୁମାର ବରିହା,ନାରୀ ନେତ୍ରୀ ସସ୍ମିତା ଯୋଶୀ, ଶକୁନ୍ତଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault