ହେଡଲାଇନସ୍:

ସହାୟତା ର ହାତ ବଢ଼ାଇଲେ ଶିକ୍ଷକ ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତମାନ ସାରା ବିଶ୍ୱ କୋରୋନା ମହାମାରୀ ର କବଜାରେ । ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମିତ ଙ୍କର ସଂଖ୍ୟା । କୋରୋନା ର ମୁକାବିଲା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିରେ ସନ୍ଦେହ ନାହିଁ । ଏହି ମହାମାରୀର ମୁକାବିଲା କରିବା ପାଇଁ ବିଗତ ଦିନରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ସହାୟତା ର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ କ୍ରମେ ରାଜ୍ୟର ଅନେକ ଅନୁଷ୍ଠାନ , ସଂଘ , ଓ ବ୍ୟକ୍ତି ବିଶେଷ ନିଜର ସାଧ୍ୟ ମତେ ଦାନ ଆଜି ପର୍ଯନ୍ତ ଦେଇ ଆସୁଛନ୍ତି । ଆଜି ପାଇକମାଲ ବ୍ଲକ ଅଫିସ ରେ ପାଇକମାଲ ଶିକ୍ଷକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ଫଣ୍ଡ କୁ ପାଞ୍ଚ ଲକ୍ଷ ଟଙ୍କାର ଏକ ଚେକ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପାଇକମାଲ BDO ଶ୍ରୀ ସୁରେନ୍ଦ୍ର କୁମାର ମେହେର , ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ପୁରୋହିତ ଓ ଜନକ ଲାଲ ମେହେର , ଶିକ୍ଷକ ଶ୍ରୀ ମହାଦେବ ବେହେରା , ଶ୍ରୀ ସୁଶାନ୍ତ କୁମାର ସାହୁ , କେଦାରନାଥ ରାଉତ , ଓ ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault