ହେଡଲାଇନସ୍:

ଭୁବନେଶ୍ୱର ଡିଆଇପିଆରଓ ଭାବେ ଯୋଗ ଦେଲେ ପଠାଣି ରାଉତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଲୋକସମ୍ପର୍କ ଅଧିକାରୀ (ସଦର ମହକୁମା) ଭାବେ କାର୍ଯ୍ୟରତ ଶ୍ରୀ ପଠାଣି ରାଉତ, ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ  ଭାବେ  ଯୋଗଦାନ କରିଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ  କରିବେ । ଲୋକ ପ୍ରଶାସନରେ ସ୍ନାତକୋତ୍ତର, ଲୋକସମ୍ପର୍କ  ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିପ୍ଲୋମା ହାସଲ କରିଥିବା ଶ୍ରୀ ରାଉତ, ଏହି ବିଭାଗରେ ଦୀର୍ଘ ୨୨ ବର୍ଷରୁ ଉର୍ଧ୍ଵ  ଧରି ରାଜ୍ୟର  ବିଭିନ୍ନ  ଉପଖଣ୍ଡରେ  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କଟକରେ ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ  ଏବେ  ରାଜ୍ୟ  ମୁଖ୍ୟ କାର୍ଯ୍ୟାଳୟ,ଭୁବନେଶ୍ୱରରେ  ଲୋକ ସଂପର୍କ ଅଧିକାରୀ ( ସଦର ମହକୁମା) ପଦବୀରେ ଥାଇ  ବହୁମୁଖୀ କାର୍ଯ୍ୟ ସଂପାଦନ କରୁଛନ୍ତି । ଶ୍ରୀ ରାଉତଙ୍କର ନିଜସ୍ୱ ଗ୍ରାମ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ନିକଟସ୍ଥ ଇନ୍ଦ୍ରପାଳ ଗ୍ରାମରେ । ସରକାରୀ ସମ୍ବାଦ ପ୍ରକାଶନ, ସୃଜନାତ୍ମକ ଲେଖାରେ ରୁଚି ରଖୁଥିବା ଶ୍ରୀ ରାଉତ, ତାଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ପାଥେୟ କରି ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ  କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିବେ ବୋଲି ଆଶା ପ୍ରକାଶ କରିବା ସହିତ ଏ ଦିଗରେ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଥିବା ଶ୍ରୀ ମାନସ ରଂଜନ ଖୁଣ୍ଟିଆଙ୍କର ଉପନିର୍ଦ୍ଦେଶକ ପଦବୀକୁ ପଦନ୍ନୋତି  ହୋଇଛି ।

0
0
0
s2sdefault