ହେଡଲାଇନସ୍:

ଗଞ୍ଜାମ ଅଭିମୁଖେ ତିନୋଟି ଆମ୍ବୁଲାନ୍ସରେ ଆଠ ମୃତଦେହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ଗୋଟି ବସରେ ଫେରୁଛନ୍ତି ଦୁର୍ଘଟଣା ଗ୍ରସ୍ତ ବସର ଯାତ୍ରୀ : ମନ୍ତ୍ରୀ ସୁଶାନ୍ତ 

ବରଗଡ :- ଆଜି ଭୋରରେ ଛତିଶଗଡ଼ ର ରାୟପୁର ନିକଟରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଆଠ ଜଣକର ମୃତଦେହ ବ୍ୟବଚ୍ଛେଦ ପରେ ତିନି ଗୋଟି ଆମ୍ବୁଲାନ୍ସ ରେ ଗଞ୍ଜାମ ଅଭିମୁଖେ ବାହାରିଛି । ଏହାସହିତ ଦୁର୍ଘଟଣା ଗ୍ରସ୍ତ ବସର ସମସ୍ତ ସୁରକ୍ଷିତ ଯାତ୍ରୀମାନଙ୍କୁ ଦୁଇ ଗୋଟି ବସ ଦ୍ୱାରା ସେମାନଙ୍କର ଗ୍ରାମକୁ ପଠେଇ ଦିଆ ଯାଇଥିବା  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କର ଅଦେଶ ପାଇବା ମାତ୍ରେ ମାନ୍ୟବର ମନ୍ତ୍ରୀ ତୁରନ୍ତ ଘଟଣା ସ୍ଥଳକୁ ପହଂଛିବା ପରେ ବସ ଯାତ୍ରୀ ମାନଙ୍କର ସମସ୍ତ ପ୍ରକାର କଥା ବୁଝିବା ସହିତ ସମସ୍ତ ବ୍ୟବସ୍ଥା କରିଥିଲେ । ମନ୍ତ୍ରୀ ଙ୍କର ସହିତ ଓଡ଼ିଶା ମୋ ପରିବାରର ଶ୍ରୀ କୁଳମଣି ଦିୱାନ ମଧ୍ୟ ଉପସ୍ଥିତ ରହି ଲୋକଙ୍କର ବ୍ୟବସ୍ଥା କରିବାରେ ସହଯୋଗ କରୁଛନ୍ତି ।

0
0
0
s2sdefault