ହେଡଲାଇନସ୍:

ବାହାରିଲା କଳା ଫଳ, ପାସରେ ଆଗରେ ବରଗଡ଼

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ପାସ ହାର ରହିଛି ୬୭.୫୬%

  • ନବରଂଗପୁର ଜିଲ୍ଲା ଗତବର୍ଷ ପରି ସବା ପଛରେ  

  • ଜଣେ ମାତ୍ର ପାଇଛନ୍ତି ୯୦%ରୁ ଉର୍ଧ୍ବ 

ଭୁବନେଶ୍ବର : ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ  । ପାସ ହାର ରହିଛି ୬୭.୫୬%। ବାଳକଙ୍କ ମଧ୍ୟରେ ପାସ ହାର ୫୭.୫୩% ହୋଇଥିବା ବେଳେ ବାଳିକାଙ୍କ ଭିତରେ ପାସ ହାର ୭୫.୪୮% ରହିଛି । ପ୍ରଥମ ଶ୍ରେଣୀରେ ୨୨,୧୯୬ ଜଣ ପାସ କରିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୨୬୦୨୭ ପାସ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୧୦୦୧୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବାଧିକ ପାସ ହାରରେ ବରଗଡ଼ ଜିଲ୍ଲା ଶୀର୍ଷରେ ରହିଛି ୭୬.୬୩% ସହ । ପଛରେ ଅଛି ନବରଙ୍ଗପୁର ଜିଲ୍ଲା ୪୪.୬୭% ପାସ ହାର ସହ । ଶତ ପ୍ରତିଶତ ରେଜଲ୍ଟ କରିଥିବା ସ୍କୁଲ ସଂଖ୍ୟା ୧୦ ଥିବା ବେଳେ ସୌଭାଗ୍ୟବଶତଃ  ଶୁନ୍ୟ ପାସ ହାର କୌଣସି ସ୍କୁଲ ଏଥର ନାହିଁ ।  ପରୀକ୍ଷା ଦେଇଥିଲେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ, ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ, ଜଣେ ମାତ୍ର ଛାତ୍ର +2 କଳାରେ ୯୦% ରୁ ଅଧିକ ନମ୍ବର ରଖିଛନ୍ତି | 

 

0
0
0
s2sdefault