ହେଡଲାଇନସ୍:

ରାୟପୁର ସଡକ ଦୁର୍ଘଟଣାରେ ଆଠ ମୃତ :  ଘଟଣା ସ୍ଥଳରେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗଞ୍ଜାମ ରୁ ସୁରଟ ଯାଉଥିବା NL 03 B 0987 ନମ୍ବର ବସ ଛତିଶଗଡ଼ ରେ ଦୁର୍ଘଟଣା ଗ୍ରସ୍ତ

ବରଗଡ :- ଆଜି ଭୋରରୁ ଗଞ୍ଜାମ ସୁରଟ କୁ ଯାଉଥିବା ଏକ ବସ ଛତିଶଗଡ଼ର ରାୟପୁର ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବର୍ତ୍ତମାନ ସୁଦ୍ଧା ଆଠ ଜଣ ଙ୍କ ମୃତ୍ୟୁ ହୋଇଥିବା ଓ 5 ଜଣ ଆହତ ସୂଚନା ମିଳିଛି  ।

      ଏହି ଘଟଣା ର ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିବା ସହ ମୃତକଙ୍କ ପରିବାରଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିବା ସହ  ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରଥିଲେ | ଛତିଶଗଡ଼ ପୋଲିସ ସହ ଯୋଗାଯୋଗ  କରି ଉଦ୍ଧାର କାର୍ଯ୍ୟ କରାଇବା ପାଇଁ ଡ଼ିଜିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ  ରାଜ୍ୟର ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ଘଟଣା ସ୍ଥଳକୁ ପ୍ରେରଣ କରିଥିଲେ | ଶ୍ରୀ ସିଂ  ତୁରନ୍ତ ଘଟଣା ସ୍ଥଳ ଅଭିମୁଖେ ବାହାରି ଥିଲେ । ଘଟଣା ସ୍ଥଳକୁ ପହଂଛି ଆହତ ମାନଙ୍କର ଓ ଦୁର୍ଘଟଣା ଗ୍ରସ୍ତ ବସର ଅନ୍ୟ ଯାତ୍ରୀ ମାନଙ୍କର ସହିତ ଆଲୋଚନା କରିବା ପରେ ସେମାନଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲେ । ଆହତ ବ୍ୟକ୍ତି ମାନଙ୍କର ଉଚକୋଟିର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ମୃତକ ମାନଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ମୃତ ଦେହ ସବୁ ଆମ୍ବୁଲାନ୍ସ ଯୋଗେ ମୃତକ ମାନଙ୍କର ଘରକୁ ପଠାଯିବ । 

    ପଦ୍ମପୁର ଏସ୍ଡିପିଓ ଙ୍କର ନେତୃତ୍ୱରେ ଏକ ପୋଲିସ ଟିମ ରାୟପୁର ଅଭିମୁଖେ ବାହାରିଥିବା ଜଣାପଡିଛି । ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମଧ୍ୟ ମୃତକ ଙ୍କର ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତ ଙ୍କର ଆଶୁ ଅରୋଗ୍ୟ କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୁର୍ଘଟଣା ସ୍ଥଳରେ  ମନ୍ତ୍ରୀ ଙ୍କ ସହିତ ଓଡିଶା ମୋ ପରିବାର ର ଶ୍ରୀ କୁଳମଣି ଦିୱାନ ମଧ୍ୟ ଉପସ୍ଥିତ ରହିଛନ୍ତି ।

0
0
0
s2sdefault