ହେଡଲାଇନସ୍:

ରେଢାଖୋଲ କିସିଣ୍ଡା ଥାନା ସାମ୍ନାରୁ  ୫୨ କେଜି ଗଞ୍ଜେଇ ସହ ୯୭,୫୦୦ଟଙ୍କା ଜବତ, ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନୀରାୟଣ ସାହୁ  : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  କିସିଣ୍ଡା ପୋଲିସ ଥାନା ସାମ୍ନାରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ, ଯେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା କିସିଣ୍ଡା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନାକ୍ଟିଦେଉଳ ପଟୁ ଆସୁଥିବା ଏକ ମାରୁତି ସୁଜୁକି ଡିଜାର( ଓଡି ୦୨ ବିଏ-୬୫୬୨) ଗାଡିକୁ ଅଟକାଇଥିଲା । ଗାଡି ଭିତରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୯୭ ହଜାର ୫୦୦ଟଙ୍କା ମଧ୍ୟ ଜବତ କରିଥିବା କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ କହିଛନ୍ତି । ଥାନାଧିକାରୀଙ୍କ କହିବା ଅନୁଯାୟୀ ବୌଦ୍ଧ ପଟୁ ଏହି ଚୋରା ବେପାରୀ ଗଞ୍ଜେଇ ଧରି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳକୁ ଯାଉଥିଲା । ବାଟରେ କୌଣସି ଅଞ୍ଚଳରେ ଅସୁବିଧା ଯୋଗୁଁ କିସିଣ୍ଡା ଦେଇ ସମ୍ବଲପୁର ପଟେ ପଳାଇବାକୁ ଉଦ୍ୟମ କରୁଥିଲା ହେଲେ କିସିଣ୍ଡା ଥାନାଧିକାରୀଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ କିସିଣ୍ଡା ଥାନା ସାମ୍ନାରେ ହିଁ ଚୋରା ବେପାରୀକୁ ଧରିବାରେ ସଫଳ ହୋଇଛନ୍ତି ।

ସେ ଧରିଥିବା ୯୭ ହଜାର ୫୦୦ ଟଙ୍କା ପୋଲିସକୁ ଦେଉଥବା ବେଳେ ତାକୁ ମଧ୍ୟ ପୋଲିସ୍ ଜବତ କରିଛି । ଗିରଫ ଗଞ୍ଜେଇ ବେପାରୀ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳ ଥାନା ପଳସମା ଗ୍ରାମର ହରେକୃଷ୍ଣ ଆଚାର୍ଯ୍ୟଙ୍କ ପୁଅ ସତ୍ୟବ୍ରତ ଆଚାର୍ଯ୍ୟ(୨୫) ବୋଲି ଜଣାପଡିଛି । ତା ନାମରେ କିସିଣ୍ଡା ଥାନା କେସ୍ ନଂ ୪୭ ତା ୪/୯/୨୦୨୦ ଏନ୍‌ଡିପିଏସ ଆକ୍ଟରେ କେସ୍ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

0
0
0
s2sdefault