ହେଡଲାଇନସ୍:

 "ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାଓଗଡ଼କୁ ଧ୍ୱଂସ କରାଯିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବରିଷ୍ଠ ଅଧକାରୀଙ୍କ ସହ ପୋଲିସ ଡିଜି ଅଭୟ ଙ୍କ ମାଲକାନଗିରି ଗସ୍ତ

  • ମାଓଦମନ ଓ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବା ଉପରେ କଲେ ଆଲୋଚନା

  • ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ  

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀ ତଥା ପୋଲିସ ଡିଜି ଅଭୟ, ଡ଼ାଇରେକ୍ଟର ଇଣ୍ଟେଲିଜେନ୍ସ ଆର କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଡିଆଇଜି ଏସ ଆଇ ଡବ୍ଲ୍ୟୁ ଅନିରୁଦ୍ଧ ସିଂ ଗସ୍ତ କରି ଜିଲା ପୋଲିସ କାର୍ଯ୍ୟଳୟରେ ପହଁଚି ବୈଠକରେ ଯୋଗଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ  ମାଓ ମୁକାବିଲା ସ୍ଥିତି, ସ୍ୱାଭିମାନ ଅଞ୍ଚଳର ବିକାଶ, ଏବଂ ଗଞ୍ଜେଇ ଚାଷ ତଥା ଚୋରା ଚାଲାଣ ଉପରେ ରୋକ ଲଗାଇବା ଦିଗରେ ଆଲୋଚନା କରିଥିଲେ । 

  ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ  ୨୦୧୮ ଠାରୁ ଏହି ସମୟ ମଧ୍ୟରେ  ୧୦ ହାର୍ଡକୋର ସିପିଆଇ (ମାଓବାଦୀ) କ୍ୟାଡରଙ୍କୁ ଜିଲ୍ଲାରେ ମୂଖ୍ୟ ସ୍ରୋତରେ ସାମିଲ କରାଯାଇଛି |  ୪୫ଜଣଙ୍କୁ ଗିରଫ କରାଯାଇଛି ଏବଂ ୩୪ ଜଣ ଆତ୍ମସମର୍ପଣ କରିଛନ୍ତି ।  ଏହା ବ୍ୟତୀତ ସିପିଆଇ (ମାଓବାଦୀ) ର ଲୁଚି ରହିଥିବା ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।  ନିକଟରେ ପୋଷାକ -ଅସ୍ତ୍ରଶସ୍ତ୍ର ଉତ୍ପାଦନ ୟୁନିଟ୍ ସୁରକ୍ଷା ବାହିନୀ ଦ୍ୱାରା ନଷ୍ଟ  କରାଯାଇଥିଲା। ୨୦୧୯ ଡିସେମ୍ବର ମାସରେ ହନ୍ତାଳଗୁଡାରେ ଏବଂ ମାର୍ଚ୍ଚ ମାସରେ ଦରର୍ଲାବେଡା ଠାରେ ବାଟାଲିୟନ ପ୍ରତିଷ୍ଠା ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା  ବହୁ ପରିମାଣରେ  ବୃଦ୍ଧି ପାଇଛି  |  ଆହୁରି ମଧ୍ୟ,  ଜୋଡାମ୍ବୋ ପୋଲିସ୍ ଷ୍ଟେସନର କାର୍ଯ୍ୟ ସାଧାରଣ ଜନତାଙ୍କ ବିଶ୍ୱାସକୁ ପୁନ ଅଵସ୍ଥାପିତ କରିଛି |  ସିପିଆଇ (ମାଓବାଦୀ) କାର୍ଯ୍ୟକଳାପକୁ ରୋକିବା ପାଇଁ ଉଭୟ ଓଡିଶା ଏବଂ ଆନ୍ଧ୍ର ପୋଲିସ ଜିଲ୍ଲାର ଉତ୍କୃଷ୍ଟ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଜିଲ୍ଲାରେ ପୂର୍ବରୁ ଜିଲ୍ଲାର ମୋଟ ୩ଟି ସ୍ଥାନ ମାଓ ଉପଦ୍ରୁତ ଅଞ୍ଚଳରୂପେ ପରିଚିତ ଥିବାବେଳେ ବର୍ତ୍ତମାନ ଜିଲ୍ଲାର କେବଳ ସ୍ୱାଭିମାନ ଅଞ୍ଚଳରେ ମାଓ ଗତିବିଧି ପରିଲକ୍ଷିତ ହେଉଛି । ଖୁବ ଶୀଘ୍ର ସେହି ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମାଓଗଡ଼କୁ ଧ୍ୱଂସ କରାଯିବ ବୋଲି ପୋଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି । ଏହି ବୈଠକରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।

 

0
0
0
s2sdefault