ହେଡଲାଇନସ୍:

ସନ୍ଧ୍ୟା ହେଲେ ଏଟିଏମରେ ତାଲା !

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ – ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼  ଠାରେ ଥିବା ୟୁନିୟନ ବ୍ୟାଙ୍କ ଏଟିଏମ ସନ୍ଧ୍ୟା ୬ଟା ବାଜିଗଲେ ବନ୍ଦ ରହୁଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି | ଜାତୀୟ ରାଜପଥ ନମ୍ବର୍ ୨୪ ର କଦଳୀଗଡ ମେଡିକାଲ ଛକ ନିକଟରେ ପଞ୍ଚାୟତ ର ଗୋଟିଏ ଷ୍ଟଲରେ ଭଡାରେ ଖୋଲା ଯାଇଥିବା ଏଟିଏମ ଉପରେ ସ୍ଥାନୀୟ ଲୋକ ମାନଙ୍କ ସହିତ ପାଖ ଆଖ ପ୍ରାୟ ୫ ଗୋଟି ପଞ୍ଚାୟତର ଲୋକ ନିର୍ଭର କରିଥାଆନ୍ତି ଏବଂ ତା ସହ ପଡୋଶୀ ଜିଲ୍ଲା ଅନୁଗୋଳ ର ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ର ଲୋକ ମାନେ ମଧ୍ୟ ନିର୍ଭର କରିଥାନ୍ତି   l ସେହିପରି ରାସ୍ତାରେ ଯାଉଥିବା ବିଭିନ୍ନ ଅଞ୍ଚଳର ଅନେକ ଲୋକ ବ୍ୟବହାର କରୁଥିବା ଦେଖିବାକୁ ମିଳେ l ସନ୍ଧ୍ୟା ହୋଇଗଲେ ଏ. ଟି. ଏମ. କାଉଣ୍ଟର ତାଲା ପଡୁଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି | ଜରୁରୀ କାମରେ ଟଙ୍କା ଉଠାଣ କରି ପାରୁନଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ସେଥିପାଇଁ ୟୁନିଅନ ବ୍ୟାଙ୍କ କଦଳୀଗଡ ଶାଖାର ପରିଚାଳକ ଏ ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି l

0
0
0
s2sdefault