ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ପ୍ରଶାସନର କଡ଼ା ଯାଞ୍ଚ୍

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ମ.ରାମପୁର/ଜଗତରାମ ସାହୁ :  ଦିନକୁ ଦିନ ବଢି ଚାଲିଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ  ସଜାଗ ରହିଛି । ଜନ ସଚେତନତା ସହ ମହାମାରୀ କରୋନା ଶୃଙ୍ଖଳକୁ ଛିନ୍ନ କରିବାପାଇଁ ସମୟ ସମୟରେ ସଟ୍ ଡ଼ାଉନ୍, ରାସ୍ତା ସିଲ୍, କଣ୍ଟେନମେଣ୍ଟ ଜୋନ ଘୋଷଣା ପରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବ୍ଲକ ମ.ରାମପୁର ମଟୋଗଣ୍ଡା (ରାୟପୁର-ଗୋପାଳପୁର ଜାତୀୟ ରାଜପଥ-୫୯) ନିକଟରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ନେତୃତ୍ୱରେ ସୀମାରେ ପହରା ତଥା ଯାଂଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଯାଂଚ ପ୍ରକ୍ରିୟାର ଆରମ୍ଭ ସମୟରେ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ମ.ରାମପର ଥାନା କର୍ମଚାରୀ, ତହସିଲ କର୍ମଚାରୀ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ଏହି ଯାଂଚ ସମୟରେ ବାହାର ଜିଳ୍ଲାରୁ ଆସୁଥିବା ଯାତ୍ରୀ, ତଥା ବାହାର ଜିଲ୍ଲାକୁ ଯାଉଥିବା ଯାତ୍ରୀଙ୍କ ସଂପୂର୍ଣ୍ଣ ଠିକଣା ରଖିବା ସହିତ ମାସ୍କ ଯାଂଚ କରାଯାଉଥିବା ଜଣାଯାଇଛି।

0
0
0
s2sdefault