ହେଡଲାଇନସ୍:

କେତେ ଅମଣିଷ ହେଇଯାଉଛି ଏ ମଣିଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କରୋନା ଆକ୍ରାନ୍ତ ମା ବୋଲି ଶବ ସତ୍କାର ପାଇଁ ଭୟରେ ଆସିଲେନି ଗ୍ରାମବାସୀ 

  • ସରପଂଚ ଦିର୍ଘ ସମୟଧରି ବୁଝାସୁଝା କରିବାରେ ପରେ ବି ହେଲେ ବିଫଳ

  • ଶେଷରେ ଆସି ସଂସ୍କାର କଲେ ଆରବିକେଏସ  ଇନଚାର୍ଯ ଓ ସ୍ୱାସ୍ଥ୍ୟକର୍ମୀ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଶରଧାପୁର ପଂଚାୟତରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ଗ୍ରାମର ଜଣେ ଔଷଧ ଦୋକାନୀଙ୍କ ଠାରେ କିଛିଦିନ ତଳେ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ତାଙ୍କୁ ଚାନ୍ଦପୁର କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସା  ପାଇଁ ଭର୍ତ୍ତି  କରାଯାଇଛି । ସେ ଚିକିତ୍ସାଧିନ ଅବସ୍ଥାରେ ଥିବା ବେଳେ ଗତକାଲି ତାଙ୍କ ମାଆଙ୍କର ବାର୍ଦ୍ଧକ୍ୟ ଜନିତ ବ୍ରୁତ୍ୟୁ  ଘଟିଥିଲା । ମୃତ ମହିଳାଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ତାଙ୍କ ଅନ୍ୟ ପୁଅ ବାହାରେ ରହି କାମ କରୁଛନ୍ତି । ପରିବାରରେ ତାଙ୍କ ବୋହୁ ଓ ନାତି ରହିଥିବା ବେଳେ ତାଙ୍କ ମୃତ୍ୟୁ  ପରେ କରୋନା ଆକ୍ରାନ୍ତଙ୍କ ମା ହୋଇଥିବାରୁ ତାଙ୍କର ଶବ ସତ୍କାର  କରିବାକୁ ଗ୍ରାମବାସୀ ଭୟରେ ଆସିନଥିଲେ । ମହିଳାଙ୍କ ମୃତ୍ୟୁ  ରାତି ୮ଟା ୧୫ ସମୟରେ ହୋଇଥିବା ବେଳେ ଦିର୍ଘ ସାତଘଂଟାରୁ ଉର୍ଧ୍ଵ  ସମୟ ଧରି ଗ୍ରାମରେ ଶବ ପଡ଼ି ରହିଥିଲା । ଗ୍ରାମବାସୀଙ୍କୁ ସରପଂଚ ଶ୍ରୀଧର ଦଳେଇ ଦିର୍ଘ ସମୟଧରି ବୁଝାସୁଝା କରିବାରେ ପରେ ବିଫଳ ହେବାରୁ ଶରଣକୁଳ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଆରବିକେଏସ  ଇନଚାର୍ଯ ମୃତ୍ୟୁଞ୍ଜୟ ରାଉତଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀଯୁକ୍ତ ରାଉତ ଖବରପାଇ ବିଳମ୍ବିତ ରାତିରେ କିଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଗ୍ରାମରେ ପହଁଚିଥିଲେ । ସେଠାରୁ କିଛି କାଠ, ବାଉଁଶ ସଂଗ୍ରହ କରି ଗାଁ ସ୍ମଶାନରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ପିପିଇ କିଟ ପିନ୍ଧି ଶବ ସତ୍କାର  କରିଥିବା ଜଣାଯାଇଛି । 

 

0
0
0
s2sdefault