ହେଡଲାଇନସ୍:

ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ ପ୍ରକାଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାର ଙ୍କ ଦେହାନ୍ତ ରେ  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ କୁମାର ଜଣେ ଗାନ୍ଧୀ ବାଦୀ ନେତା ଥିଲେ l ସ୍ୱର୍ଗତ କୁମାର ଙ୍କ ଉଦ୍ୟମ ରେ ସମ୍ବଲପୁର ସହର ଉପକଣ୍ଠ ଭତରା ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଜୀ ଙ୍କ ସୃତି ରେ ନିର୍ମିତ ଭାରତ ର ପ୍ରଥମ ଗାନ୍ଧୀ ମନ୍ଦିର ନିର୍ମାଣ ପାଇଁ ସେ ସବୁ ଦିନେ ମନେ ରହିବେ ବୋଲି ଶୋକ  ବାର୍ତ୍ତାରେ ପ୍ରକାଶ କରିଛନ୍ତି l ବିଶେଷ କରି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ  ର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି l ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ପ୍ରକାଶ କରିଛନ୍ତି ସାଂସଦ ଶ୍ରୀ ଆଚାର୍ଯ୍ୟ l ପରଲୋକଗତ ଆତ୍ମାର ସଦ୍‍ଗତି କାମନା କରିବା ସହିତ ସାଂସଦ ଶ୍ରୀ ଆଚାର୍ଯ୍ୟ  ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

 

0
0
0
s2sdefault