ହେଡଲାଇନସ୍:

  ଭରଚୁଆଲ ପଦ୍ଧତିରେ ବିଦାୟକାଳୀନ ଔପଚାରିକତା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ଼ ସୁରକ୍ଷା ଦିଗରେ ଆଉ ଏକ ସତର୍କତାମୂଳକ ପଦକ୍ଷେପ 

ନୂଆଦିଲ୍ଲୀ(ଶାସକ ପ୍ରଶାସକ) :  ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓ ସେମାନଙ୍କର  ଅବଦାନକୁ ସମ୍ମାନ ଜଣାଇବା ପାଇଁ  କାରଖାନା ଓ ଉତ୍ପାଦନ ୟୁନିଟ ସହିତ ମଣ୍ଡଳସ୍ତରରୁ ଆରମ୍ଭ କରି  ରେଳ ବୋର୍ଡ ସ୍ତର ପର୍ଯ୍ୟନ୍ତ ରେଳପଥର ପ୍ରତ୍ୟେକ ୟୁନିଟ୍ ରେ ପ୍ରତ୍ୟେକ ମାସର ଶେଷ ଦିନରେ ଗୋଟିଏ ଉତ୍ସବର  ଆୟୋଜନ  କରାଯାଉଛି  l ତେବେ,  ଏହି ଉତ୍ସବମାନଙ୍କରେ  କୋଭିଡ-19 ର  ସଂକ୍ରମଣକୁ ଦୃଷ୍ଟି ଦେଇ  ପ୍ରତ୍ୟକ୍ଷ ରୂପେ  ଜନସମାବେଶ କରାଯାଉ ନାହିଁ l

କୋଭିଡ-19 କୁ ପ୍ରତିହତ କରିବା ପାଇଁ  ଏହି ଉତ୍ସବଗୁଡିକୁ ଭରଚୁଆଲ ରୂପରେ  ପାଳନ କରିବା ନିମନ୍ତେ ନିଷ୍ପତ୍ତି  ନିଆଯାଇଛି l ବର୍ତ୍ତମାନ, ସର୍ବଭାରତୀୟ ସ୍ତରରେ ଏହି ଅବସର ଗ୍ରହଣ ଉତ୍ସବ ଗୁଡିକୁ ପ୍ରତ୍ୟେକ ମାସର ଅନ୍ତିମ କାର୍ଯ୍ୟ ଦିବସର ସନ୍ଧ୍ୟା 5 ଘଟିକା ସମୟରେ  ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ସମ୍ପନ୍ନ  କରାଯିବ l

ଭିଡିଓ ଲିଙ୍କ୍ ଦ୍ଵାରା ଜୋନାଲ ରେଳପଥ, ମଣ୍ଡଳ, ଉତ୍ପାଦନ ୟୁନିଟ, କାରଖାନା ଗୁଡିକୁ  ରେଳବାଇ ବୋର୍ଡ ସହିତ ସଂଯୋଗ କରାଯିବ l ଭିଡ଼ିଓ  କନଫରେନସିଙ୍ଗ୍ ସ୍ଥଳରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯିବ ଓ   ସାମାଜିକ/ବ୍ୟକ୍ତିଗତ ଦୂରତ୍ୱକୁ  କଡାକଡି ଭାବେ ପାଳନ କରାଯିବ l

ଏହି ଅବସର ଗ୍ରହଣ ଉତ୍ସବରେ  ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଓ ରେଳ  ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଭିଡ଼ିଓ କନଫରେନସିଙ୍ଗ୍ ଲିଙ୍କ ମାଧ୍ୟମରେ  ଯୋଗ ଦେଇ  ଅବସର ନେଉଥିବା ରେଳ କର୍ମଚାରୀମାନଙ୍କୁ, ଏହି  ମହାନ୍ ଅନୁଷ୍ଠାନ ପାଇଁ  ସେମାନଙ୍କର ଉତ୍ସର୍ଗୀକୃତ ଅବଦାନ ନିମନ୍ତେ ଧନ୍ୟବାଦ ଅର୍ପଣ  କରିବେ l

 

0
0
0
s2sdefault