ହେଡଲାଇନସ୍:

କୋରୋନା କଟକଣା ଥିବା ସମୟରେ ଜୁଆ !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜୁଆ ଆଡ୍ଡା ଉପରେ ଚଢ଼ାଉ : ତିନି ବାଇକ , ଚାରି ମୋବାଇଲ ସମେତ ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ଜବତ 

ପାଇକମାଲ :- କୋରୋନା କଟକଣା ଥିବା ସମୟରେ ଅନେକ ସ୍ଥାନରେ ଅନେକ ପ୍ରକାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଦେଶୀ ଚୋରାମଦ କାରବାର ହେଉ କି ଜୁଆ ହେଉ , ବେଧଡକ ଭାବରେ ଚାଲିଛି ବେଆଇନ କାରବାର । ଗତକାଲି ରାତିରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇବା ପରେ ପାଇକମାଲ ପୋଲିସ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି  ଆଠ ଜଣ ଜୁଆଡି ଙ୍କୁ ଗିରଫ କରିବା ସହିତ ସେମାନଙ୍କର ନିକଟରୁ 370 ଗୋଟି ତାଶ , ଦଶ ହଜାର ଦୁଇଶହ ଚାଳିଶ ଟଙ୍କା ନଗଦ , ତିନି ଗୋଟି ବାଇକ ସମେତ ଚାରି ଗୋଟି ମୋବାଇଲ ଫୋନ ଜବତ କରିଛି । କୋବିଡ଼ କଟକଣା ଯୋଗୁ ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାନଯାଇ ଜୁଆଡ଼ି  ମାନଙ୍କ ଉପରେ କେଶ ନମ୍ବର 117 / 20 ଧାରା 03 OPG ଆକ୍ଟ ରେ ମାମଲା ରୁଜୁକରି ଆଜି ଥାନାରୁ ବେଲ ରେ ଛାଡି ଦିଆଯାଇଥିବା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault