ହେଡଲାଇନସ୍:

ଉପାନ୍ତ ଶ୍ରୀକ୍ଷେତ୍ର :କେବଳ ଆଳତିରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ପବିତ୍ର  ବାହୁଡା ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି  /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର-ମହକୁମା ପାରଳାଖେମୁଣ୍ଡି ଠାରେ ଥିବା  ଦକ୍ଷିଣ-ଓଡିଶାର ପ୍ରସିଦ୍ଧ ଉପାନ୍ତ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ତିନି ଠାକୁରଙ୍କ ପବିତ୍ର ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଧାରା ୧୪୪ ଜାରୀ ସହ କେବଳ ଆଳତିରେ ଓ ବିନା ଶ୍ରଦ୍ଧାଳୁ ଭକ୍ତରେ ସମ୍ପନ୍ନ ହୋଇଛି ।

    ଚଳିତ ବର୍ଷ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଚଳିତ ବର୍ଷର ବାହୁଡାଯାତ୍ରା ପାଳନ ଅବସରରେ ନିର୍ଦ୍ଧିଷ୍ଟ କେତେକ ନୀତିକାନ୍ତି କାର୍ଯ୍ୟକ୍ରମ  ନିର୍ଦ୍ଧିଷ୍ଟ କେତେକ ପୂଜକ ତଥା ସେବାୟତ ମାନଙ୍କ ମଧ୍ୟରେ ମହାପ୍ରଭୁଙ୍କ କେବଳ ଆଳତି କାର୍ଯ୍ୟରେ ସମ୍ପନ୍ନ ହୋଇଥିଲା ।

   ଉପାନ୍ତ ଅଞ୍ଚଳର ଏହି ପବିତ୍ର ରଥଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି  କୌଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ମନ୍ଦିର ପରିବେଶ ଭିତରକୁ ପ୍ରବେଶ ନ କରିବେ ଏବଂ ଭିଡ ନ ହେବ ,  ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦିନ ପାଇଁ  ଧାରା ୧୪୪ ଜାରୀ କରାଯାଇ ମନ୍ଦିର ପ୍ରବେଶ ପଥ ଗୁଡିକରେ ବାଉଁଶ ବେରିକେଟ କରି  କଡା ପୋଲିସ ପହରା ଦିଆଯାଇଥିଲା।

 ଆଜି ସକାଳେ ଓ ପୂର୍ବାହ୍ନରେ ,  ବାହୁଡାଯାତ୍ରା  ଅବସରରେ  ମନ୍ଦିରରେ ମହାପ୍ରଭୁଙ୍କ ଆଳତି , ମଇଲମ , ତଡପ ଲାଗି ,ଅବକାଶ , ଚିତାଲାଗି , ପୂଜାର୍ଚ୍ଚନା ପ୍ରଭୃତି ପାରମ୍ପରିକ ନୀତିକାନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

   ମହାପ୍ରଭୁଙ୍କ ଏହି ସବୁ କାର୍ଯ୍ୟକ୍ରମ କେବଳ ନିର୍ଦ୍ଧିଷ୍ଟ  ସ୍ୱଳ୍ପ କେତେ ଜଣ ପୂଜକ ତଥା ସେବାୟତ ମାନଙ୍କ ଗହଣରେ    ଘଣ୍ଟ ଧ୍ୱନୀରେ  ସଂମ୍ପନ୍ନ ହୋଇଥିଲା ।  ତିନି ଠାକୁରଙ୍କ  ପବିତ୍ର ବାହୁଡା-ଯାତ୍ରାଦିନରେ ଜଗନ୍ନାଥ ମନ୍ଦିର ପରିସର ଓ ବଡଦାଣ୍ଡ ଭକ୍ତ ଶୁନ୍ୟରେ ଅତ୍ୟନ୍ତ ଖାଁ ଖାଁ ଲାଗୁଥିଲା।

 

0
0
0
s2sdefault