ହେଡଲାଇନସ୍:

ଡିଜିଟାଲ ଏକ୍ସରେ ଓ ହାଇମାଷ୍ଟ ଲାଇଟ ଯୋଗାଇବେ ବିଧାୟକ ଅଧିରାଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲି/ ନିରାକାର ମେହେର -ସିନାପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁବାର ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକ ରେ ବିଭିନ୍ନ ମହତ୍ୱ ପୂର୍ଣ୍ଣ ବିଷୟ ରେ ନିଷ୍ପତ୍ତି ନିଆଯାଇଛି ।କେନ୍ଦ୍ର କୁ ଡିଜିଟାଲ ଏକ୍ସରେ ଓ ହାଇମାଷ୍ଟ ଲାଇଟ ଯୋଗାଇ ଦେବା ପାଇଁ ଖରିଆର ବିଧାୟକ ତଥା ରୋଗୀ କଲ୍ୟାଣ ସମିତି ଅଧକ୍ଷ ଅଧିରାଜ ପାଣିଗ୍ରାହୀ ଘୋଷଣା କରିଛନ୍ତି । ଏହା ସହ ଆମ୍ବୁଲାନ୍ସ ସେବା ମହାପ୍ରଣୟ ଗାଡି ଇସିଜି ମେସିନ କ୍ରୟ କରିବା, ପାଚେରୀ ନିର୍ମାଣ, ସାଇକଲ ଷ୍ଟାଣ୍ଡ ନିର୍ମାଣ କରିବାକୁ ଆଲୋଚନା କରାଯାଇଥିଲା !ସେହିପରି ରୋଗୀ ଙ୍କ ସୁବିଧା ପାଇଁ ହେଲ୍ପ ଡେକ୍ସର ସୁବିଧା ଓ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱଚ୍ଛ ରଖିବା ମାର୍କେଟ କମ୍ପ୍ଲେକ୍ସ ନିଲାମ କରିବା ବିଷୟ ରେ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ବୈଠକ ରେ ବିଧାୟକ ଙ୍କ ସମେତ ପଂଚାୟତ ସମିତି ଅଧକ୍ଷ ତପସ୍ୱିନୀ ମାଝୀ, ବିଡ଼ିଓ ସଦାଶିବ ନାୟକ, ବିଇଓ ଜଗଦିଶ ପ୍ରସାଦ ଖମାରି, ଡା : ତାରାକାନ୍ତ ଦାଶ, ଡା :ମନୋଜ ମେହେର, ଡା:ସୁଧାଂଶୁ ଶେଖର ସାହୁ, ଡା:ଭୈରବ ଚରଣ ପାଣିଗ୍ରାହୀ, ପୂର୍ବ ଜିଲ୍ଲା ପରିଷଦ ଅଧକ୍ଷ ଲିଙ୍ଗରାଜ ଘିବେଲା, ରବୀନ୍ଦ୍ର ନାଥ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault