ହେଡଲାଇନସ୍:

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଘୋଷଣାକୁ କାର୍ଯ୍ୟକାରୀ କରିବା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଏବିଭିପି l

ବଲାଙ୍ଗୀର(ନିରୋଜ ମିଶ୍ର) :  ବଲାଙ୍ଗୀର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ବଲାଙ୍ଗିରର ଏକ ପ୍ରତିନିଧି ମଣ୍ଡଳ ଘୋଷଣାରେ ସିମିତ ଥିବା ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।   ଯେଉଁଥିରେ ୨୦୧୧ ମସିହାରେ ବିଦ୍ୟାର୍ଥୀ ପରିଷଦ ପ୍ରଥମେ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକ ଅନୁବନ୍ଧିତ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଆନ୍ଦୋଳନ ଆରମ୍ଭ କରିଥିଲା। ୨୦୧୫ ମସିହାର ରାଜେନ୍ଦ୍ରର ଛାତ୍ରସଂସଦରେ ଯେତେବେଳେ ଏବିଭିପି ବିଜୟୀ ହେଲା ସେହି ସମୟରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ୫୦୦୦ ସଂଖ୍ୟାର ଛାତ୍ରଛାତ୍ରୀମାନଙ୍କୁ ନେଇ ବଲାଙ୍ଗିର ଇତିହାସର ସର୍ବ ବୃହତ ଛାତ୍ର ଆନ୍ଦୋଳନ କରିଥିଲା ଓ ଦିର୍ଘ ୯ବର୍ଷର ସଂଘର୍ଷ ପୁର୍ଣ୍ଣ ଆନ୍ଦୋଳନ ଫଳରେ ଗତ  ୨୦୧୯ ଜାନୁଆରୀ ୨୪ ତାରିଖରେ ରାଜେନ୍ଦ୍ର ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଓଡିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଓ ଏହା ପରେ ମାର୍ଚ୍ଚ ୨ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ୨୦୨୦ ଜୁନ ପ୍ରଥମରୁ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ୬୫ଟି ମହାବିଦ୍ୟାଳୟକୁ ନେଇ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଏକ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ରୂପେ ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା  ସହ ପ୍ରତିଶ୍ରୁତ୍ତି ଦେଇଥିଲେ। କିନ୍ତୁ ଆଜି ସେ ଘୋଷଣା ଆଜି ଘୋଷଣାରେ ସିମିତ। କେବଳ ବିଶ୍ବବିଦ୍ୟାଳୟ ଲେଖାଥିବା ଗେଟକୁ ଛଡା ଅନ୍ୟ କୌଣସି ପ୍ରକାର ବିଶ୍ବବିଦ୍ୟାଳୟ ସ୍ତରୀୟ ସୁବିଧା ରାଜେନ୍ଦ୍ର କଲେଜ ରେ ନାହିଁ। ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଅଟେ। ଆଜି ସୋନପୁର ଓ ବଲାଙ୍ଗିର ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ। ଏହାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବଲାଙ୍ଗିର ଦ୍ବାରା ଗତ ୫ଓ୬ ଜୁନ ୨୦୨୦ରେ ଅନଲାଇନ ମାଧ୍ୟମରେ ଆନ୍ଦୋଳନର ଡାକରା ଦିଆଯାଇଥିଲା ଓ କରୋନାର ଏହି ଭୟାବହ ସ୍ଥିତିରେ ମଧ୍ୟ ୧୦୦ରୁ ଅଧିକ ସ୍ଥାନରେ ହଜାର ହଜାର ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରି ଏହା ପ୍ରମାଣିତ କରିଛନ୍ତି ଯେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ବଲାଙ୍ଗିର ପାଇଁ କେତେ ଆବଶ୍ୟକ। ଏହି  ପରିସ୍ଥିତିରେ ମଧ୍ୟ ଯଦି ରାଜ୍ୟ ସରକାରଙ୍କ ନିଦ ନଭାଙ୍କୁଛି ତାହେଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପରିଷଦର ବଲାଙ୍ଗିରର ବିଭାଗ ସହ-ପ୍ରମୁଖ ବିରେନ୍ଦ୍ର ଚୌହାନ ସୂଚନା ଦେଇଛନ୍ତି।  ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଜ୍ଞାସାର ରାଜ୍ୟ ସଂଯୋଜକ ଅଲେଖ ନିରଞ୍ଜନ ଓଝା, ଜିଲ୍ଲା ସହ-ପ୍ରମୁଖ ଅରୁଣ ସାହୁ, ଜିଲ୍ଲା ଏସ୍.ଏଫ୍.ଡି ସଂଯୋଜକ ଲିପକ ମିଶ୍ର ଓ ଜିଲ୍ଲା ସଂଗଠକ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault