ହେଡଲାଇନସ୍:

ରାହାଜାନିରେ ସମ୍ପୃକ୍ତ ୩ ଯୁବକ ଗିରଫ , ମୋବାଇଲ ସହିତ ବାଇକ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ଥାନା ବାଣ୍ଠପୁର ବାଲିତୋଟା ଠାରୁ ରାହାଜାନି କରି ଛଡାଇ ନେଇଥିବା ୩ଟି କି ପ୍ୟାଡ ମୋବାଇଲ ସହିତ ଅଣପଞ୍ଜିକୃତ କଳା ରଙ୍ଗର ଟିଭିଏସ ଆପାଚି ବାଇକ ଏବଂ ମାରଣାସ୍ତ୍ର ଜବତ କରିବା ସହିତ ପୋଲିସ ସମ୍ପୃକ୍ତ ୩ ଯୁବକକୁ ଗିରଫ କରିଛନ୍ତି । ଗିରଫମାନେ ହେଲେ ବିଟଳଗାଡିଆର  ଗଣେଷ ନାୟକ, ଚିକୁ ନାୟକଏବଂ ମନୋଜ ନାୟକ । ଓଡ଼ଗାଁ ପୋଲିସ ଅଭିଯୋଗ ପାଇବା ପରେ ୧୩୩/୨୦୨୦ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲେ । ଜାମିନି ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୮ତାରିଖ ଦିନ ସନ୍ଧ୍ୟା ୫ଟା ବେଳେ ବାଣ୍ଠପୁର ଗ୍ରାମର ଗୋଲି ନାୟକ ବାଲିତୋଟା ଠାରେ ମୋବାଇଲ ଦରି ଠିଆ ହୋଇଥରବା ବେଳେ ଉକ୍ତ ୩ ଯୁବକ ତାଙ୍କ ଠାରୁ ମୋବାଇଲ ଛଡାଇ ଚାଲିଯିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କର ପିଛାକରିଥିଲେ । ଏହିସମୟରେ ଓଡ଼ଗାଁ ଥାନାର ଏସଆଇ ରମେଶ କୁମାର ବେହେରା ସଦଳବଳେ ଉକ୍ତ ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଂଚି ଲୁଟେରା ମାନଙ୍କୁ କାବୁ କରିନେଇଥିଲେ ।

0
0
0
s2sdefault