ହେଡଲାଇନସ୍:

ଶ୍ୟାମ  ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତ ଶ୍ରମିକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ୧୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ

ସମ୍ବଲପୁର, ରେଙ୍ଗାଲି  (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ତଲୋଇ ଠାରେ ଥିବା ଶ୍ୟାମ  ଡିଆରଆଇ କାରଖାନାରେ ଦୁର୍ଘଟଣା ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଦଶରଥ ମିର୍ଦ୍ଧା (୩୧) ସ୍ଥାନୀୟ କଦେଲପିଟା ଗ୍ରାମର ବୋଲି ଜାଣାପଡିଛି।

ସୂଚନା ଅନୁଶାରେ ମୃତ ଠିକା ଶ୍ରମିକ ଦଶରଥ ମିର୍ଦ୍ଧା ଶ୍ୟାମ  ଡିଆରଆଇ କାରଖାନାର ଡବ୍ଲୁ. ଆର. ଏମ ଭିଭାଗର ଲୁହା ରଡ ତିଆରି ସେକସନରେ କାମ କରୁ ଥିଲାବେଲେ ସୋମବାର ସଂଧ୍ୟା ସମୟରେ ଏକ ବେଲ୍ଡର ସଂସ୍ପର୍ଶରେ ଆସି ଛିଟିକି ପଡିବାକୁ 

ପାଖରେ ଥିବା ଲୁହା ଏଙ୍ଗଲରେ ତାଙ୍କ ମୁଣ୍ଡ ବାଜି ଗଭିର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ସେ ସଂଜ୍ଞା ହୀନ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ କମ୍ପାନୀର ଆମ୍ବୁଲାନ୍ସ ଯୋଗେ ବୁର୍ଲା ଭିମସାର ଡାକ୍ତରଖାନାକୁ ନିଆ ଯାଇଥିଲା। ବୁର୍ଲାରେ ଆଇସିୟୁର ବ୍ଯବସ୍ଥା ନହେବାରୁ ଶ୍ରମିକଙ୍କ ଉଦବେଗଜନକ ଅବସ୍ଥାକୁ ଦେଖି ତାଙ୍କୁ  ବରଗଡ଼ ବିକାଶ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ରାତ୍ରି ୨ଟା ସମୟରେ ତାଙ୍କ ର ମୃତ୍ୟୁ ହୋଇଥିଲା।

ମଙ୍ଗଳବାର ବରଗଡ଼ ସରକାରୀ ଡାକ୍ତରଖାନାରେ ଶବ ବ୍ଯବେଚ୍ଛଦ ପରେ ମୃତ ଶ୍ରମିକଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତ ଶ୍ରମିକଙ୍କ ବିଧବା ପତ୍ନୀ ସହ ଗୋଟିଏ ୫ ବର୍ଷର ଶିଶୁ ପୁତ୍ର ଅଛନ୍ତି । କମ୍ପାନୀ ପକ୍ଷରୁ ମୃତ ଶ୍ରମିକଙ୍କ ପତ୍ନୀଙ୍କୁ ୧୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଚେକ ମାଧ୍ୟମରେ ପ୍ରଦାନ କରିବା ସହ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ନଗଦ ୫୦ ହଜାର ଟଙ୍କା କମ୍ପାନୀର ବରିଷ୍ଠ ଅଧିକାରୀ ଶରତ ସିଂ ଏବଂ କମ୍ପାନୀର ଆଇନ ପରାମର୍ଷ ଅଧିକାରୀ ଆଇନଜୀବୀ ପ୍ରୋମୋଦ ସରାଫ ମୃତ ଶ୍ରମିକଙ୍କ ଗ୍ରାମକୁ ଯାଇ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିବା ମାନବ ସମ୍ବଳର ବିଭାଗର ଲିଆସିଲିଙ୍ଗ ଅଧିକାରୀ ମନୋଜ ପଣ୍ଡା ପ୍ରକାଶ କରିଛନ୍ତି । 

0
0
0
s2sdefault