ହେଡଲାଇନସ୍:

ପୂର୍ବ ତଟ ରେଳପଥ ପକ୍ଷରୁ ପରିବେଶ ସନ୍ତୁଳନ ଆଲୋଚନା ଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ପ୍ରଦୂଷଣ ନିୟନ୍ତ୍ରଣର ବିଭିନ୍ନ ପଦକ୍ଷେପ ଦ୍ୱାରା ରେଲୱେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛି ।

• ବହୁଳ ସଂଖ୍ୟାରେ ବୃକ୍ଷରୋପଣ ନିମନ୍ତେ ପଦକ୍ଷେପ ନେଉଛି ।

ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପକ୍ଷରୁ ଟ୍ରେନରେ  ଏବଂ ରେଳ ପରିସରରେ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ "ସନ୍ତୁଳିତ ପରିବେଶ' ଶୀର୍ଷକ ଏକ ଆଲୋଚନା ଚକ୍ର ରେଳ ସଦନ ଠାରେ ଅନୁଷ୍ଠିତ  ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଉଦ୍ବୋଧନ ଦେଇ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ପ୍ରଦୂଷଣ ନିୟନ୍ତ୍ରଣ ଜରିଆରେ ପରିବେଶ କିପରି ସୁରକ୍ଷା ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ । ବିଶେଷକରି ଶ୍ରୀ ବିଦ୍ୟା ଭୂଷଣ ଜଳ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପ୍ରଦୂଷଣ ଉପରେ ଜୋରଦେଇ କହିଥିଲେ ପରିବେଶକୁ ସୁରକ୍ଷିତ ରଖିବାକୁ ବିଭିନ୍ନ ପଦକ୍ଷେପ ସ୍ୱରୂପ "ବହିଃସ୍ରୋତ ଉପଚାର ପ୍ଲାଣ୍ଟ୍', "ଆବର୍ଜନା ଉପଚାର ପ୍ଲାଣ୍ଟ୍', "ସ୍ୱୟଂକ୍ରିୟ  କୋଚ୍ ସଫେଇ ପ୍ଲାଣ୍ଟ୍', "ବର୍ଷାଜଳ ଅମଳ ପ୍ଲାଣ୍ଟ୍' ଇତ୍ୟାଦିକୁ ବହୁଳ ରୂପେ ପ୍ରୟୋଗ କରାଯିବା ଆବଶ୍ୟକ ।

ଏହି ଅବସରରେ ଏମ୍ଓଇଏଫ୍ର ପ୍ରାକ୍ତନ ଉପଦେଷ୍ଟା ଡଃ. ଭି.ପି.ଉପାଧ୍ୟାୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପରିବେଶ ସନ୍ତୁଳନ ଏବଂ ବୈଜ୍ଞାନିକ ବନୀକରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କହିଲେ, "ବର୍ତ୍ତମାନ ଆଞ୍ଚଳିକ ବୃକ୍ଷ ସବୁ ବହୁଳ ପରିମାଣରେ ରୋପଣ କରିବାର ଆବଶ୍ୟକତା ରହିଛି ।' ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଆଲୋଚନାରେ ଭାଗନେଇ ପରିବେଶ ସୁରକ୍ଷା ପାଇଁ ରେଳବାଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସାମାଜିକ ଦୂରତା, ସାନିଟାଇଜେସନ୍ ଓ କୋଭିଡ଼୍-୧୯ର ସମସ୍ତ ନିୟମ ପାଳନ କରି ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।

0
0
0
s2sdefault