ହେଡଲାଇନସ୍:

ମୟୂରଭଞ୍ଜ : ଆଜି ପୁଣି ଚିହ୍ନଟ ହେଲେ ୩ କରୋନା ଆକ୍ରାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ କରୋନା ପଜିଟିଭ । ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ଼-୧୯ ପ୍ରୟୋଗଶାଳାରୁ ଏହି ରିପୋର୍ଟ ପହଁଞ୍ଚିଛି । ଏମାନଙ୍କ ମଧ୍ୟରେ ଯଶୀପୁର ବ୍ଲକ ଟିଏମସି ସେଣ୍ଟରରୁ  ୨ ଜଣ ଉତ୍ତରପ୍ରଦେଶ ଫେରନ୍ତା ଏବଂ ରାସଗୋବିନ୍ଦପୁର ବ୍ଲକ ଟିଏମସି ସେଣ୍ଟରରୁ ଜଣେ ମହାରାଷ୍ଟ୍ର ଫେରନ୍ତାଙ୍କ ରିପୋର୍ଟ ପଜିଟିଭ ରହିଥିବା ବିଷୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୭୯  ପହଞ୍ଚିଁଥିବା ସମୟରେ ୧୭ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ  ଜିଲ୍ଲାରେ ସକ୍ରିୟ ରହିଥିବା ସମସ୍ତ ୬୨ ଜଣ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ୩  କରୋନା ସଂକ୍ରମିତମାନଙ୍କର ଯାତ୍ରା ବିବରଣୀକୁ ଯାଞ୍ଚ କାର୍ଯ୍ୟ ଜାରି ରହିଛି । ତେବେ ଜିଲ୍ଲାରେ କରୋନା ସଂକ୍ରମିତମାନଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ଶତକ ଦିଗରେ ମୁହାଁଉଛି । 

0
0
0
s2sdefault