ହେଡଲାଇନସ୍:

ଗୁରୁବାର ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ : ସି.ଇ.ସି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ପରେ ଏହା ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ସୂଚନା ଦେଇଛନ୍ତି ସି.ଇ.ସିର ନିଦେ୍ର୍ଧଶକ ଡ. ଶରତ ଚନ୍ଦ୍ର ସାହୁ ।

 ଏହାର ପ୍ରଭାବରେ ବୁଧବାର ଅପରାହ୍ନ କିମ୍ବା ରାତିରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସେହିପରି ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।  ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ଗୁରୁବାର ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପଡ଼ିବାର ସମ୍ଭାବନା ଥିବାବେଳେ ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ସାରା ରାଜ୍ୟରେ ଦେଖାଦେବ । ଗୁରୁବାର ଠାରୁ ସାରା ରାଜ୍ୟରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ କିମ୍ବା ତା ତଳକୁ ଖସି ଆସିବ ବୋଲି ସେ କହିଛନ୍ତି । 

0
0
0
s2sdefault