ହେଡଲାଇନସ୍:

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୫, ବାମରା ବ୍ଲକ ଛୁଁଇଲା କରୋନା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ଆଜି ବାମରା ବ୍ଲକ ରେ ପାଦ ଦେଇଛି କରୋନା l  ଆଜି ସମ୍ବଲପୁର ଜ଼ିଲ୍ଲାରୁ  କରୋନା ପଜିଟିଭ ଚି଼ହ୍ନଟ ୩ ଜଣ ବ୍ୟକ୍ତି ଙ୍କ ମଧ୍ୟରୁ ୨ ଜଣ ବାମରା ବ୍ଲକ ର ହୋଇଥିବା ବେଳେ ଜଣେ ମହା ନଗର ନିଗମ ଅଂଚଳର ବୋଲି ଜଣାଯାଇଛି l   ତେବେ କରୋନା ପଜିଟିଭ ଚି଼ହ୍ନଟ ବାମରା ବ୍ଲକର ୨ ଜଣ ଯୁବକଙ୍କ  ବୟସ ୨୯ ଏବଂ ୨୨ ଏବଂ ଉଭୟେ ୧୭ ତାରିଖ ଦିନ ଯଥାକ୍ରମେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଫେରି ଉଭୟେ   ବ୍ଲକର ପିଣ୍ଡା ପଥର  ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l ସମ୍ବଲପୁର ମହା ନଗର ନିଗମ ଅଂଚଳରୁ ଚି଼ହ୍ନଟ ଜଣେ ୨୩ ବର୍ଷ ବୟସ  ମହିଳା ଏବଂ ସେ ଗତ ୨୨ ତାରିଖ ହାଇଦ୍ରାବାଦ ରୁ ଫେରି ନିଜସ୍ୱ ଗୃହରେ ସଙ୍ଗରୋଧ ରେ ଥିଲେ l  କରୋନା ପଜିଟିଭ ଚି଼ହ୍ନଟ ପରେ ୩ ଜଣଙ୍କୁ  କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ଏମାନ ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୧୨  ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୫   ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୩   ଜଣ ମହିଳା ଅଛନ୍ତି l ତେବେ ଆଜି ପ୍ରଥମ କରି ଜ଼ିଲ୍ଲାର ବାମରା  ବ୍ଲକରେ  କରୋନା ପୋଜିଟିଭ ଚି଼ହ୍ନଟ ସହ ବ୍ଲକରେ ପାଦ ଦେଇଛି କରୋନା  l

0
0
0
s2sdefault