ହେଡଲାଇନସ୍:

ବାହାଘର ହେଲା : ବାଜା ବାଜିଲାନି ବରଯାତ୍ରୀ ନଥିଲେ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଆଦର୍ଶ ବିବାହ ପରେ ବିବାହ ଖର୍ଚ୍ଚକାଟ ବାବଦ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ 

ନିଆରା  ଉଦାହରଣ ସୃଷ୍ଟି କଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଗରୁ ବାହାଘର ଠିକ ହୋଇସାରିଥିଲା | ହେଲେ କରୋନା ସାଜିଥିଲା ବୈରୀ ଆଉ ତଦଜନିତ ଲକ ଡାଉନ କଟକଣା ସାଜିଥିଲା ପ୍ରତିବନ୍ଧକ |  ତଥାପି ପୂର୍ବ ନିର୍ଦ୍ଧାରିତ ତିଥିକୁ ସମ୍ମାନ ଦେଇ ସରକାରଙ୍କ ଲକ ଡାଉନ ନିୟମକୁ ମାନ୍ୟ କରି ବିବାହ କରିଛନ୍ତି ଯୁବ ବିଜେଡ଼ିର ରାଜ୍ୟସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ଜେନା ବିନା ବରଯାତ୍ରୀ, ବିନା ରୋଷଣୀରେ ନିରାଡ଼ମ୍ବର ଭାବେ |ଉପସ୍ଥିତ ଥିଲେ ପରିବାର ଲୋକେ ଓ ହାତଗଣତି ଶୁଭେଛୁ | କେବଳ ସେତିକି ନୁହେଁ, ଲଗାତାର ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଆଗଭର ତଥା ଅସୁବିଧାରେ ପଡୁଥିବା ଲୋକଙ୍କୁ ସାହାଯ୍ୟ କରିଆସୁଥିବା ଜ୍ୟୋତିରଞ୍ଜନ  ମଧ୍ୟ ଦେଖାଇଛନ୍ତି ତାଙ୍କର ସାମାଜିକ ପ୍ରତିବଦ୍ଧତା | ବାହାଘର ବାବଦ ଖର୍ଚ୍ଚ କାଟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେଇଛନ୍ତି | 

ବିବାହ କାର୍ଯ୍ୟ ସମ୍ପନ୍ନ ପରେ ଉଭୟ ନବଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ନିଷ୍ଠାରେ ଅନୁପ୍ରାଣିତ ହୋଇ ନିଷ୍ପତ୍ତି ନେଇଥିଲେ ବିବାହ ଖର୍ଚ୍ଚ କାଟ ବାବଦ ଅର୍ଥ ପ୍ରଦାନ କରିବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ | ଆଉ ସେହି ନିଷ୍ପତ୍ତି ଆଧାରରେ ତୁରନ୍ତ ଉଭୟ ପରିବାରର ଉପସ୍ଥିତିରେ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ୫୦ହଜାର୧ଟଙ୍କା କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

 ଜ୍ୟୋତିରଞ୍ଜନଙ୍କ ପରିବାର ତରଫରୁ ତାଙ୍କ ପିତା ଗୌରାଙ୍ଗ ଜେନା ,ବଡ ଭିଣେଇ ଚନ୍ଦ୍ରଶେଖର ବେହେରା , ଭଉଣୀ ସମ୍ବିତା ଜେନା, ବଡଭାଇ ଦୀପ୍ତିରଞ୍ଜନ ଜେନା ଏବଂ ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ , ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଦୟାନିଧି ନାୟକ , ସାଧାରଣ ସମ୍ପାଦକ ଧୃତିରଞ୍ଜନ ମାର୍ଥା , ସମ୍ପାଦକ ମଳୟ ରଞ୍ଜନ ପତି , ଶୁଭ୍ରାଂଶୁ ନାରାୟଣ ମିଶ୍ର, ଅବିନାଶ ପ୍ରଧାନ, ତାରିଣୀ ପ୍ରସାଦ ନାୟକ, ରଶ୍ମିରଞ୍ଜନ ଦାସ , ପୁର୍ଣ୍ନେନ୍ଦୁ ପୂଜାପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ |

 

0
0
0
s2sdefault