ହେଡଲାଇନସ୍:

ରାଇମନ୍ ଫାଉଣ୍ଡେସନ ତରଫରୁ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଗଲା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ(ଗୌରବ ଦର୍ଜୀ) :  Covid-19 ପାଇଁ ସାରା ଦେଶ ରେ ତାଲାବନ୍ଦ ନିୟମ ଲାଗୁ କରାଯାଇଛି। ଏଥିପାଇଁ ଅନେକ ଲୋକଙ୍କର ଜୀବନଯାପନ କଷ୍ଟସାଧ୍ୟ ହୋଇପଡିଛି। ଏଥି ମଧ୍ୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକର ଜୋର୍ ଜବରଦସ୍ତି ଗରିବ ଲୋକଙ୍କ ମୁଣ୍ଡ ଉପରେ ନଳିତା ବିଡା ସଦୃଶ ସାଜିଛି। ଟିଟିଲାଗଡ ରେ ମଧ୍ୟ ଏହିପରି କିଛି ଘଟଣା ଦେଖିବାକୁ ମିଳିଛି। ଗରିବ ଲୋକ ମାନେ ନିଜର ଭରଣ ପୋଷଣ ପାଇଁ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକରୁ କରଜ୍ ଆଣି ବ୍ୟବସାୟ କରି ପୁଣି ଟଙ୍କା ଫେରାଇ ଦେଉଥିଲେ।କିନ୍ତୁ ଲକ୍ ଡାଉନ୍ ଯୋଗୁଁ ବ୍ୟାପାର ବାଣିଜ୍ୟ ବନ୍ଦ୍ ହୋଇ ଯାଇଥିବାରୁ ନିଜ ଓ ପରିବାର ର ପେଟ ପୋଷିବା କୁ ଟଙ୍କା ନ ଥିବା ସମୟ ରେ ମାଇକ୍ରୋ ଫାଇନାନ୍ସ ଗୁଡ଼ିକ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି। ଉଚିତ୍ ସମୟରେ  ଟଙ୍କା ନ ଫେରେଇଲେ ସୁଧ ଅଧିକ ଲଗୁହେବ ବୋଲି ଲୋକଙ୍କୁ କହୁଥିବା ଶୁଣିବାକୁ ମିଳିଛି। ଏହାଛଡା ଟିଟିଲାଗଡ ରେ ଦେଖା ଯାଉଥିବା ଜଳ ଓ ବିଦ୍ୟୁତ୍ ସମସ୍ୟା କୁ ନେଇ ମହିଳା ମାନେ ଉପ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ। ରାଇମାନ୍ ଫାଉଣ୍ଡେସନ ର ସମ୍ପାଦିକା ରଂଜୁ ରାଇମନ ଙ୍କ ନେତୃତ୍ବରେ ଟିଟିଲାଗଡ଼ ର ଅନେକ ମହିଳା ଏକତ୍ରିତ ହୋଇ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଚାପ୍ ପକାଇଥିବା ଘଟଣା, ଜଳ ଓ ବିଦ୍ୟୁତ୍ ସମସ୍ୟା କୁ ଉପ ଜିଲ୍ଲାପାଳ ଙ୍କ ନିକଟରେ ଉପସ୍ଥାପନ କରିବା ସହିତ ମୁଖ୍ୟ ମନ୍ତ୍ରୀ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। 

ମହିଳା ମାନଙ୍କ କହିବା ଅନୁଯାୟୀ ଲକ୍ ଡାଉନ୍ ରେ ଘରେ ଖାଇବାକୁ ନ ଥିବା ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ପକ୍ଷରୁ ଟଙ୍କା ବାଧ୍ୟତା ମୂଳକ ଭାବରେ ଫେରାଇବା ପାଇଁ ଚାପ୍ ଦେଉଛନ୍ତି। ଏହା ସହିତ ଓଡ଼ିଶା ର ଉତ୍ତପ୍ତ ସହର ଭାବରେ ପରିଚିତ ତତଲାଗଡ ରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରତି ୧୦ ରୁ ୧୫ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ର ଲୁଚକାଳି ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି। ତେଣୁ ଟିଟିଲାଗଡ ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଗ୍ରୀଡ ବସାଇବାକୁ ଦାବି କରିଛନ୍ତି। ଟିଟିଲାଗଡ ପ୍ରତି ଦିନ ୪୫ ଡିଗ୍ରୀ ରୁ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରୁଥିବା ବେଳେ ଜଳ ଯୋଗାଣ ବିଭାଗ ଟିଟିଲାଗଡ ବାସୀଙ୍କୁ ପ୍ରତି ପାଞ୍ଚ ଦିନ କିମ୍ବା ଛଅ ଦିନରେ ଥରେ ମାତ୍ର କିଛି ମିନିଟ୍ ପାଇଁ ପାଣି ଯୋଗାଉଥିବା ଅଭିଯୋଗ କରିଛନ୍ତି। ଟିଟିଲାଗଡ ର ଏହି ସବୁ ସମସ୍ୟା ର ସମାଧାନ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ କରିବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault