ହେଡଲାଇନସ୍:

ରାଜ୍ୟ ଭିତରେ ଗଡିବ ସ୍ୱତନ୍ତ୍ର ଟ୍ରେନ, ଦେଖନ୍ତି କେବେ କେଉଁଠୁ କେଉଁଠିକୁ ଗଡିବ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବ ତଟ ରେଳପଥ ପକ୍ଷରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି | ରାଜ୍ୟ ଭିତରେ ପାଞ୍ଚଟି ଟ୍ରେନ୍ ଚଳାଇବାକୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଟ୍ରେନ ଗୁଡିକ ଓଡ଼ିଶା ରାଜ୍ୟ ଭିତରେ ଚଳାଚଳ କରିବ । ଏଗୁଡ଼ିକ ସବୁ ସ୍ୱତନ୍ତ୍ର ଟ୍ରେନ୍ । ଆସନ୍ତା ଜୁନ୍ ୮ ତାରିଖରୁ ୩୦ ତାରିଖ, ୨୦୨୦ ଯାଏଁ ଚଳାଚଳ କରିବା ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକ | ଶନିବାର ଓ ରବିବାର ଏହି ସ୍ଥାନୀୟ ଟ୍ରେନ୍ ଚଳାଚଳ କରିବ ନାହିଁ । କୋରାପୁଟରୁ  ଭୁବନେଶ୍ୱର ଦୂରଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଦିନ ଚଳାଚଳ ଆରମ୍ଭ କରିବ । ଆଜି ବିଜ୍ଞପ୍ତି ଜାରୀ ହୋଇଥିବା ୫ଟି  ଟ୍ରେନ୍ ମଧ୍ୟରୁ ୪ଟି ଅର୍ଥାତ  ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ , ସମ୍ବଲପୁର-ଖୋର୍ଦ୍ଧାରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ଥିବା ବେଳେ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ରାୟଗଡ଼ା ସପ୍ତାହକୁ ୩ ଥର ଚଳାଚଳ କରିବ | 

ଆରକ୍ଷଣ କେନ୍ଦ୍ରମାନଙ୍କରେ ଏବଂ ଆଇ.ଆର୍.ସି.ଟି.ସି. ୱେବସାଇଟରେ  ମଧ୍ୟ ଟିକେଟ୍ କରି ପାରିବେ । କେବଳ କନଫର୍ମ  ଟିକେଟ୍ ଥିବା ଯାତ୍ରୀ ଟ୍ରେନରେ  ଚଢ଼ିପାରିବେ । ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଯାହା ନୂଆଦିଲ୍ଲୀରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ମୁମ୍ବାଇ, ଭୁବନେଶ୍ୱରରୁ ହାଓଡ଼ା ଇତ୍ୟାଦି ସ୍ଥାନକୁ ଚଳାଚଳ କରୁଛି ତାହା ପୂର୍ବ ବିଜ୍ଞପ୍ତି ଅନୁସାରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି | 

 

0
0
0
s2sdefault