ହେଡଲାଇନସ୍:

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୨,  ସାବଧାନ୍ !  ମାନେଶ୍ଵର ବ୍ଲକ ଛୁଁଇଲା କରୋନା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) :  ଆଜି ମାନେଶ୍ଵର ବ୍ଲକରେ ପାଦ ଦେଇଛି କରୋନା l  ଆଜି ସମ୍ବଲପୁର ଜ଼ିଲ୍ଲାରୁ  କରୋନା ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଜଣକ ମାନେଶ୍ଵର  ବ୍ଲକର ବୋଲି ଜଣାଯାଇଛି l  ତେବେ କରୋନା ପଜିଟିଭ ଚି଼ହ୍ନଟ ଏହି ଯୁବକ  ଜଣଙ୍କ  ବୟସ ୨୦ ଓ  ବ୍ଲକର ବତେମୁରା  ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l ଯୁବକ ଜଣକ ଗତ ୧୯  ତାରିଖ ଦିନ  ତାମିଲନାଡୁ ରୁ ଫେରିଥିଲେ l କରୋନା ପଜିଟିଭ ଚି଼ହ୍ନଟ ପରେ ଯୁବକ ଜଣଙ୍କୁ  କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ଯୁବକଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୧୨  ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୦  ଜଣ ପୁରୁଷ ଓ ୨  ଜଣ ମହିଳା ଅଛନ୍ତି l ତେବେ ଆଜି ପ୍ରଥମ କରି ଜ଼ିଲ୍ଲାର ମାନେଶ୍ୱର ବ୍ଲକରେ  କରୋନା ପୋଜିଟିଭ ଚି଼ହ୍ନଟ ସହ ବ୍ଲକରେ ପାଦ ଦେଇଛି କରୋନା  

0
0
0
s2sdefault