ହେଡଲାଇନସ୍:

ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସେବା କେନ୍ଦ୍ର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସଂକୁନା କହଁରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ସମ୍ମୁଖରେ ଏକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ସେବା କେନ୍ଦ୍ରକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସଂକୁନା କହଁରଙ୍କର ଏତାଦୃଶ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ଏହିଭଳି କାର୍ଯ୍ୟକ୍ରମ କରିବାକୁ ଯୁବକମାନଙ୍କ ଆହ୍ୱାନ କରିଥିଲେ । ଏହି ଅବସରରେ ଶ୍ରୀ ରାଉତରାୟ ଆଜି କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କୁ ଖାଦ୍ୟ ସହ ମାସ୍କ ଓ ସାନିଟାଇଜର ବଂଟନ କରିଥିଲେ । ପ୍ରକାଶଥାଉକି ଶ୍ରୀ କହଁର ଲକ୍ ଡାଉନ୍‌ର ପ୍ରଥମ ଦିନରେ ଦୀର୍ଘ ଅଢ଼େଇ ମାସ ଧରି ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ଅତ୍ୟାବଶକୀୟ ଶୁଖିଲା ଖାଦ୍ୟ ପ୍ରଭୃତି ନିରବଚ୍ଛିନ୍ନ ଭାବେ ବଂଟନ କରି ଚାଲିଛନ୍ତି । ଆଗକୁ ଏହିପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ କହଁର ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ମୁନି ଥାପା, ମୁନା ରାଓ, ଖଗେଶ୍ୱର ମଲ୍ଲିକ, ସନ୍ତୋଷ ସେଠୀ, ରାଜକିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault