ହେଡଲାଇନସ୍:

ମାସ୍କ ଯାଞ୍ଚ କଡା କଡ଼ି କଲା ଜଗଦଲପୁର ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ : କରୋନା ମହାମାରୀ ରୋକିବାକୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ ଅଟେ ।ତେଣୁ ରାଜ୍ୟ ସରକାର ମାସ୍କ କୁ ବାଧ୍ୟତା ମୂଳକ କରିଛନ୍ତି ।ଏହାକୁ କଡାକଡି ଭାବେ ଲାଗୁ କରିବାକୁ ମଧ୍ୟ ନିର୍ଦେଶ ରହିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତରୀୟ ଜଗଦଲପୁର ଥାନା ଧରାଭଟା ଛକ ଠାରେ ଗତ -୧/୬/ ରବିବାର ଦିନ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଲା ଙ୍କ ନେତୃତ୍ୱ ରେ ମାସ୍କ ଯାଞ୍ଚ କଡାକଡି କରାଯାଇଛି । ଅପରାହ୍ନ ରେ ଏହି ଅଭିଯାନ ଆରମ୍ଭ କରି ମାସ୍କ ପରିଧାନ ନ କରିଥିବା ଲୋକଙ୍କ ଠାରୁ ୫ ହଜାର ୬ ଶହ ଟଙ୍କା ଏବଂ ବିନା ହେଲମେଟ ରେ ବାଇକ ଚଳାଉଥିବା ୧୨ ଜଣଙ୍କ ଠାରୁ ୩ହଜାର ୪ସହ ଟଙ୍କା ଜରିମାନା ଆଦାୟ କରିଛନ୍ତି ।ଏଣିକି ମାସ୍କ ନ ପିନ୍ଧି ପୋଲିସ ହାତରେ ଧରା ପଡିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିବ । ଦ୍ଵିତୀୟ ଥର ଧରା ପଡିଲେ ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ଜରିମାନା ଏବଂ ତୃତୀୟ ଥର ବିନା ମାସ୍କ ରେ ଥିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଜଗଦଲପୁର ପୋଲିସ କହିଛି । ଏହା ସହିତ ବାଇକ ରେ ୩ ଜଣ ବସି ଯାଉଥିବା ଅମାନିଆ ଟୋକା ମାନଙ୍କୁ ଥାନା ଅଧିକାରୀ ଶ୍ରୀମତୀ ବାର୍ଲା ତାଗିତ କରିଥିଲେ ।A.S.I କେତନ ଧରୁଆ A.S.I ସତ୍ୟାନନ୍ଦ ଭୁଏ ,ସୁରଥ ବୁଡେକ ନାରାୟଣ ମିଶ୍ର ଥାନା ର ଅନ୍ୟ କର୍ମଚାରୀ ଗାଡି ଯାଞ୍ଚ ରେ ସହଯୋଗ କରିଥିଲେ । ମାସ୍କ ଓ ହେଲମେଟ ବ୍ୟବହାର କରିବା ବାଧ୍ୟ ନଚେତ ଜରିମାନା ଆଦାୟ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ବାର୍ଲା କହିଛନ୍ତି ।

0
0
0
s2sdefault