ହେଡଲାଇନସ୍:

ଇସ୍ତଫା ପରେ ବିଜେପିରେ ମୃଦୁ କମ୍ପନ : ଉଦ୍ୟମ ଚାଲିଛି ଭାଙ୍ଗିବାକୁ ଜଗନ୍ନାଥଙ୍କ ମାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  " ମୁଁ ଜଗନ୍ନାଥ ପ୍ରଧାନ , ଝାରପଡା , ଭୁବନେଶ୍ୱର |ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି | ଏହା ମୋର ନିଜ କାରଣ ଯୋଗୁ ଏହି ବଡ ନିଷ୍ପତ୍ତି ନେଲି | ଗତ ୨୫ ବର୍ଷ ଧରି ମୁଁ ଏହି ଦଳରେ ରହି ଦଳ ସହିତ ମୋର ସମ୍ମାନ ରଖିଛି | କିନ୍ତୁ ମୋର ବ୍ୟକ୍ତିଗତ କାରଣରୁ ଦଳ ପାଇଁ ଅଧିକ ସମୟ ଦେଇପାରୁନାହିଁ | ତେଣୁ ମୋତେ କ୍ଷମା କରିବେ | ମୋର କୌଣସି ଦୋଷ ଧରିବେ ନାହିଁ| ଆପଣମାନଙ୍କ ପ୍ରତି ମୋର ସ୍ନେହ ଶ୍ରଦ୍ଧା ପୂର୍ବଭଳି ଅତୁଟ ରହିବ | ଇତି ଆପଣଙ୍କର ପ୍ରିୟ ଜଗନ୍ନାଥ ପ୍ରଧାନ , ଝାରପଡା .ଭୁବନେଶ୍ୱର |" 

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ପାଖକୁ ପଠାଇଥିବା  ନିଜ ହାତଲେଖା ଇସ୍ତଫା ପତ୍ରରେ ଏତିକି ଲେଖି ବିଜେପି ସହିତ ଥିବା ୨୫ ବର୍ଷର ସମ୍ପର୍କକୁ ବାଏ ବାଏ କହିଦେଇଛନ୍ତି ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ | ଚିଠିରେ ସିନା ଏଇଆ ଲେଖିଲେ, ହେଲେ ଅସଲ କାରଣ ହେଲା ଭୁବନେଶ୍ୱର ବିଜେପି ସଭାପତି ପଦାକୁ ନେଇ | ଆଜି ବିଜେପିନେତା ବାବୁ ସିଂଙ୍କୁ ଭୁବନେଶ୍ୱର ବିଜେପି ସଭାପତି କରିବା ପରେ ଜଗନ୍ନାଥ  ଅପଦସ୍ତ ଅନୁଭବ କରି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ତାଙ୍କ ନିକଟତମ ମହଲ ପ୍ରକାଶ କରିଛନ୍ତି | ଆଉ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ହେଉ ବା ଭୁବନେଶ୍ୱର ଜିଲ୍ଲା ସଂଗଠନ ପ୍ରସଙ୍ଗ ହେଉ,ଏହି ଦୁଇ ପ୍ରସଙ୍ଗକୁ ନେଇ ଦଳ ଭିତରେ କିଛିଦିନ ଧରି ଚାଲିଥିବା ଶୀତଳ ଯୁଦ୍ଧର ଏହା ପରିଣତି ବୋଲି ଦଳ ଭିତରେ ଚର୍ଚା ହେଉଛି | ଦୁଇ ଜଣ ବଡ ନେତାଙ୍କ ଭିତରେ ପତିଆରା ଲଢେଇ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦଳର ଜଣେ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି |

ମୋଟାମୋଟି ଭାବେ ଦଳୀୟ ନେତୃତ୍ୱ ଉପରେ କ୍ଷୁବ୍ଧ ହୋଇ ଏହି ଚରମ ନିଷ୍ପତ୍ତି ନେଇଛନ୍ତି | ଏହା କାକତାଳୀୟ ହୋଇପାରେ,  ହେଲେ  ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଯଥାକ୍ରମେ ବାବୁ ସିଂ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଦେବେନ୍ଦ୍ର ମହାନ୍ତିଙ୍କୁ ସଭାପତି ଭାବେ ନିଯୁକ୍ତି ଘୋଷଣା କରାଯିବା ପରେ ଫେସବୁକରେ ଜଗନ୍ନାଥ ବିଜେପି ଛାଡିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟ କରିଥଲେ | ଆଉ କିଛି ସମୟର ବ୍ୟବଧାନରେ ଦଳର ସଭାପତିଙ୍କୁ  ଇସ୍ତଫା ପତ୍ର ପଠାଇ ଦେଇଥିଲେ |  ସୂଚନାଯୋଗ୍ୟ ଯେ  ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଭୁବନେଶ୍ୱର (ମଧ୍ୟ) ଆସନରୁ ପ୍ରାର୍ଥୀ କରିଥିଲା । ଏଥର ନିର୍ବାଚନରେ ସେ ଶକ୍ତିଶାଳୀ ବିଜେଡ଼ିକୁ କଡ଼ା ଟକ୍କର ଦେଇ ଭଲ ଭୋଟ ପାଇପାରିଥିଲେ | ତଥାପି ଜଗନ୍ନାଥଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଗକୁ ଇସଫା ରାଜନୀତି କେଉଁ ମୋଡ ନେଉଛି ତାକୁ ଅପେକ୍ଷା |

0
0
0
s2sdefault