ହେଡଲାଇନସ୍:

ଓଡିଶାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର : ୧୧ ଜିଲ୍ଲାରେ ସପ୍ତାହାନ୍ତ ସମ୍ପୂର୍ଣ  ଲକ ଡାଉନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜୁନ୍ ରେ କରୋନା ଆହୁରି ବଢିପାରେ, ଜୁନ୍ ମାସ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ

  • ଜୁଲାଇ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ କୋଚିଂସେଣ୍ଟର ବନ୍ଦ 

  • ମାସ୍କ ନ ପିନ୍ଧିଲେ ଜୋରିମାନା, ପ୍ରଥମ ଦିଥର ୫୦୦,୩ୟ ଥରଠୁ ୧୦୦୦ ବାହାରେ

  • ଛେପ ପକାଇଲେ ବି ଗଣିବେ ୫୦୦ ଟଙ୍କା ଜୋରିମାନା

  • ୩୦ ଜୁନ ପର୍ଯ୍ୟନ୍ତ ମନ୍ଦିରରେ ସର୍ବସାଧାରଣ ପୂଜା ବନ୍ଦ, ସବୁ ପ୍ରକାର ସମାବେଶକୁ ବାରଣ

ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ମଇ ୩୧ରେ ଲକ୍ ଡାଉନ୍-୪ ଶେଷ ହେବା ପରେ ଜୁନ୍ ୧ ତାରିଖରୁ ଦେଶରେ ପର୍ଯ୍ୟାୟ କ୍ରମେ ଅନଲକ  ବ୍ୟବସ୍ଥା ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତିା ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତିା କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନ୍ ଲକ୍ ବ୍ୟବସ୍ଥା ଆଧାରରେ ଓଡ଼ିଶା ସରକାର ରାଜ୍ୟରେ ଲାଗୁ କରିବାକୁ ଯାଉଥିବା ନୂଆ କଟକଣା ଏବଂ ନିୟମ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା 

ରାଜ୍ୟରେ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍, ଆମୋଦ ପାର୍କ, ସପିଂ ମଲ୍, ବାର୍, ଥିଏଟର, ଅଡିଟୋରିୟମ୍ ବନ୍ଦ ରହିବା କୌଣସି ପ୍ରକାର ଉତ୍ସବ, ଅନୁଷ୍ଠାନ, ସମାବେଶ, କ୍ରୀଡ଼ା କାର୍ଯ୍ୟକ୍ରମ, ରାଜନୈତିକ ଏବଂ ସାଂସ୍କୃତିକ ଉତ୍ସବ, ସଭାସମିତି ଇତ୍ୟାଦି ଅନୁଷ୍ଠିତ ହେବ ନାହିାଁ ହୋଟେଲ୍ ଗୁଡିକ  କେବଳ ୩୦ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛିା ହୋଟେଲରେ  ରହୁଥିବା ଅତିଥିମାନଙ୍କ ପାଇଁ ହିଁ ରେଷ୍ଟୁରାଣ୍ଟ ସେବା ଦିଆଯିବା ରେଷ୍ଟୁରାଣ୍ଟ ଏବଂ ହୋଟେଲ୍ ଗୁଡିକ  ଖାଦ୍ୟର ହୋମ୍ ଡେଲିଭରି/ପାର୍ସଲ ଖାଦ୍ୟ ଯୋଗାଇପାରିବୋ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଶିକ୍ଷଣ ଅନୁଷ୍ଠାନ ଆଦି ବନ୍ଦ ରହିବ | ହସ୍ପିଟାଲ୍, କ୍ଲିନିକ୍, ନର୍ସିଂ ହୋମ୍, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଯାତାୟତ କରିପାରିବୋ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଥିବାକୁ ଦୃଷ୍ଟିରେ ରଖି  ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଶନିବାର ଓ ରବିବାର ସଟ୍ ଡାଉନ୍ ରଖିବା  ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତିା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏହି ସଟ୍ ଡାଉନ୍ ଲାଗୁ ହେବା 

ସଟ୍ ଡାଉନ୍ ସମୟରେ ସମସ୍ତ ଦୋକାନ, ବଜାର, ଅଫିସ୍ ବନ୍ଦ ରହିବା କେବଳ ଅତ୍ୟାବଶ୍ୟକୀୟ ଓ ଜରୁରୀ ସେବା ଯଥା-ଜଳଯୋଗାଣ, ବିଦୁ୍ୟତ ସେବା ଜାରି ରହିବା ପୁଲିସ କମିଶନରେଟ୍/ଜିଲ୍ଲା ପୋଲିସଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମ ନିଜର ଦାୟିତ୍ୱ ନିର୍ବାହ କରିପାରିବୋ | ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ବଦଳରେ ଏବେ ପ୍ରଥମ ଦୁଇଥର ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା ତୃତୀୟ ଥର ମାସ୍କ ନପିନ୍ଧି ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବା ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବା ବୋଲି କହିଛନ୍ତି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ | 

ମୁଖ୍ୟସଚିବ କହିଛନ୍ତି ଯେ,  ସବୁ ଶନିବାର ଓ ରବିବାର ଗଂଜାମ, ପୁରୀ, ନୟାଗଡ ,ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ | ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସମାରୋହ ମଧ୍ୟ ଆୟୋଜନ କରାଯାଇ ପାରିବ ନାହିଁ। ଏହାଛଡ଼ା ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତ୍ବ ନ ମାନିଲେ ଓ ବାହାରେ ଛେପଖଙ୍କାର ପକାଉଥିବା ଲୋକଙ୍କୁ ଗିରଫ କରାଯାଇ ଜେଲ୍ ଓ ଜରିମାନା କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏଣିକି ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଦେବାକୁ ପାଡିବା ଜୋରିମାନା । ମାସ୍କ ନପିନ୍ଧି ପ୍ରଥମ ଥର ଧରା ନପଡ଼ିଲେ ୫୦୦ଟଙ୍କା, ଦ୍ୱିତୀୟ ଥର ଧରାପଡ଼ିଳେ ସେହି ୫୦୦ ଟଙ୍କା ଓ ତୃତୀୟ ଥର ବିନା ମାସ୍କରେ ଧରାପଡ଼ିଲେ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ।  ଓଡିଶାରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର ରହିବ ବୋଲି କହିଛନ୍ତି ମୁଖ୍ୟ ସଚିବ | 

0
0
0
s2sdefault