ହେଡଲାଇନସ୍:

ସବୁ ଦଳର ନେତାଙ୍କ ସହ ଆଲୋଚନା କଲେ ନବୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗରେ ଲୋଡିଲେ ସମର୍ଥନ

କରୋନାରେ ଆକ୍ରାନ୍ତ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ହେଲେ କଥାବାର୍ତ୍ତା   

ଭୁବନେଶ୍ୱର (ଶାସକ ପ୍ରଶାସକ)   ମେ ୩୦ ତାରିଖ ଅପରାହ୍ନ ୫ ତା ୩୦ରେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ଦଳର ନେତ୍ରୁବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି | ଏହି କ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ସିପିଏମ ନେତା ଅଳି ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି |  ମେ ୩୦ ତାରିଖ ଅପରାହ୍ନ ୫ ତା ୩୦ରେ କରନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନ ପ୍ରସଙ୍ଗରେ ସେମାନଙ୍କ ସମର୍ଥନ ଲୋଡ଼ିବା ସହ କରୋନା ଯୋଦ୍ଧାଙ୍କୁ ନୈତିକ ମନୋବଳ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ | 

ଏହା ସହିତ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି | କରୋନା ବିରୋଧୀ ଲଢେଇରେ ସେମାନଙ୍କ ସମର୍ପିତ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ସେବା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ | ସୂଚନାଯୋଗ୍ୟ ଯେ ଆଜି ସକାଳେ କରୋନାରେ ଆକ୍ରାନ୍ତ ସରପଂଚ, ଆଶା ଓ ଅଙ୍ଗନବାଡି କର୍ମିଙ୍କ ସହ ଫୋନ ଯୋଗେ କଥା ହୋଇ ଅନୁରୂପ ଭାବନା ବ୍ୟକ୍ତ କରିଥିଲେ | 

0
0
0
s2sdefault