ହେଡଲାଇନସ୍:

ମୋଟ  ଆକ୍ରାନ୍ତଙ୍କ ସଂଖ୍ୟାର ଅଧାରୁ ଅଧିକ ହେଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୬, ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୮୮୭ ରେ 

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ଆଉ ୭୫ ଆକ୍ରାନ୍ତ ସୁସ୍ଥ ହେଲେ। ସୁସ୍ଥଙ୍କ ସଂଖ୍ୟା ୮୮୭ ରେ ପହଞ୍ଚିଲା। ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତ ୧୬୬୦ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୬କୁ ହ୍ରାସ ପାଇଛି | ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ହୋଇଥିବା ବେଳେ  ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ତାର ଅଧାରୁ ଅଧିକ ଅର୍ଥାତ ୮୮୭ରେ ପହଂଚିବା ଆଶ୍ବସ୍ତି ଆଣିଦେଇଛି | ଏଯାବତ ସାରା ଦେଶରେ ୧,୫୮,୪୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତାରିଖ ସୁଦ୍ଧା ସୁସ୍ଥ ହୋଇଛନ୍ତି ୬୭,୭୪୯ ଜଣ | ବର୍ତ୍ତମାନ ସାରା ଦେଶରେ ସକ୍ରିୟ ଅଛନ୍ତି ୮୬,୧୨୦ ଜଣ | 

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୨ ଜଣ, ବୌଧରୁ ଜଣେ, କଟକରୁ  ୯ଜଣ,ଗଂଜାମରୁ ୧୯ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୨୫ଜଣ, କନ୍ଧମାଳରୁ ୨ ଜଣ , କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ଜଣେ ,ନୟାଗଡରୁ ୩ଜଣ, ପୁରୀରୁ ୮ ଜଣ, ସମ୍ବଲପୁରରୁ ଜଣେ ସାମିଲ | 

0
0
0
s2sdefault