ହେଡଲାଇନସ୍:

ଅବସରପ୍ରାପ୍ତ ଶିକ୍ଷକଙ୍କ ମହାନତା :  ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ୨୫ ହଜାର ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚମ୍ପୁଆ(ଶାସକ ପ୍ରଶାସକ): ମହାମାରୀ କରୋନାର ମୁକାବିଲା ପାଇଁ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ଜଣେ ଅବସରପ୍ରାପ୍ତ ଶିକ୍ଷକ ସହାୟତାର ହାତ ବଢାଇଛନ୍ତି । ନିଜର ସଂଚିତ ଅର୍ଥରୁ ୨୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଚମ୍ପୁଆ ଅଂଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଜଣକ ହେଉଛନ୍ତି ରାସେଶ୍ୱର ମହାନ୍ତ । ତାଙ୍କ ଘର ମହେଶ୍ୱରପୁର ଅଂଚଳରେ । କିଛିଦିନ ତଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ସାକ୍ଷାତ କରି ଉକ୍ତ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ସେ ଯେଉଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ତାହା ଗରିବ, ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରିବ ବୋଲି ଶ୍ରୀ ମହାନ୍ତ ଆଶାବ୍ୟକ୍ତ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାରା ବିଶ୍ୱ ଲଢୁଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ରାସେଶ୍ୱରଙ୍କୁ ଉପଜିଲ୍ଲାପାଳ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରୀତିମୟ ମତବ୍ୟକ୍ତ କରିଛନ୍ତି । 

0
0
0
s2sdefault