ହେଡଲାଇନସ୍:

ଚମ୍ପୁଆରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚମ୍ପୁଆ,(ଶାସକ ପ୍ରଶାସକ) : ଚମ୍ପୁଆ ଏନ୍ଏସିରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିିଙ୍କ ଘର ଚମ୍ପୁଆ ଅଂଚଳରେ ହୋଇଥିବାବେଳେ ତାଙ୍କର ବୟସ ୧୭ ବର୍ଷ । ସେ କିଛିଦିନ ତଳେ ଉତ୍ତରପ୍ରଦେଶର ସାହାରନପୁରରୁ ଫେରିଥିଲେ । ସେଠାରେ ସେ ପାଠ ପଢୁଥିଲେ ବୋଲି ସୂଚନା ମିଳିଛି । ସେଠାରୁ  ଏକ ସ୍ୱତନ୍ତ୍ର ବସ୍ ଯୋଗେ ସେ ପ୍ରଥମେ ଭୁବନେଶ୍ୱରକୁ ଆସିଥିଲେ । ପରେ ସେଠାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ହୋଇଥିବା  ଏକ ବସ୍ ଯୋଗେ ତାଙ୍କୁ ଜିଲ୍ଲାକୁ ଅଣା ଯାଇଥିଲା । ୨୩ ତାରିଖ ଦିନ ସେ ସନ୍ଧ୍ୟା ୬ଟା ସମୟରେ ପ୍ରଥମେ କାଳିକାପ୍ରସାଦରେ ପହଁଚିଥିଲେ । ସେଠାରେ ଥିବା ଜ୍ୱର କ୍ଲିନିକରେ  ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେହିଦିନ ସନ୍ଧ୍ୟାରେ ତାଙ୍କୁ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରେଟାଂଇନ୍ ସେଂଟରକୁ ନିଆଯାଇଥିଲା । ୨୫ ତାରିଖ ଦିନ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ତାଙ୍କୁ ତୁରନ୍ତ କେନ୍ଦୁଝରସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚିହ୍ନଟ ରୋଗୀଙ୍କ ଭ୍ରମଣ ଇତିହାସ ତଥା ମିଳାମିଶା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ନିର୍ଦ୍ଦେଶକ୍ରମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଂଚଳକୁ ପୂର୍ବରୁ ସିଲ୍ କରାଯାଇଥିଲା । ଏହା ଏବେ ମଧ୍ୟ ବଳବତର ରହିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୧ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

0
0
0
s2sdefault