ହେଡଲାଇନସ୍:

ଏମିତି ହେଉଛି ଲୋକଙ୍କ ସଚେତନତା , ଧନ୍ୟ କହିବା ଏମାନଙ୍କୁ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,କୁରାଳ(ଶ୍ରୀକାନ୍ତ ମିଶ୍ର) : ଲକଡାଉନର ୪୮ଘଂଟା ପରେ ସାମାଜିକ ଦୁରତା ରକ୍ଷାଏବଂ ମାସ୍କ ବ୍ୟବହାର ଭୁଲିଗଲେ କୁରାଳ ପଂଚାୟତ ବାସୀ । ଆଜି ପୂର୍ବାହ୍ନରେ କଣ୍ଟ୍ରୋଲ  ସାମଗ୍ରୀ ଚାଉକଳ, ଗହମ ଓ ଡାଲି ଆଣିବାକୁ ଯାଇଥିବା ହିତାଧିକାରୀ ମାନେ ସାମାଜିକ ଦୁରତା ରଖୁନଥିବା ବେଳେ କେହି ମାସ୍କ ବ୍ୟବହାର କରିନଥିବା ଦେଖିବାକୁ ମିଳିଥିଲା । ଏଥି ପାଇଁ ଘଟଣା ସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଥିଲେ ମଧ୍ୟ ତାହାର କୈାଣସି ସୁଫଳ ମିଳି ନଥିଲା । ପ୍ରକାଶ ଥାଉକି କୁରାଳ ସଙ୍ଗରୋଧ ଗୃହରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପାରେ ସ୍ଥାନୀୟ ସରପଂଚ ଗତ ଶୁକ୍ରବାର ସନ୍ଧ୍ୟାର ରବିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଂଚାୟତକୁ ସଟଡାଉନ ଘୋଷଣା କରିଥିଲେ । ତେବେ ସୋମବାର ଦିନ ବିଭିନ୍ନ ସ୍ଥାନରେ ଜନଗହଳି ଯୋଗୁଁ ସଟଡାଉନର କୈାଣସି ପ୍ରଭାବ ପଡିନଥିବା ସାଧାରଣରେ ଆଲୋଚିତ ହେଉଛି । ଲୋକଙ୍କ ଚରିତ୍ରରେ ପରିବର୍ତ୍ତନ ନହେଲେ କି ଲୋକ ସଚେତନ ନହେଲେ ଏଭଳି ଏକ ଅଜଣା ବା ନୂଆ ରୋଗକୁ ମୁକାବିଲା କରିବା କଷ୍ଟକର ହୋଇପଡିବ |

0
0
0
s2sdefault