ହେଡଲାଇନସ୍:

ବଜ୍ରକାପ୍ତା ଉଦ୍ଧାର  ପୂର୍ବତନ ସରପଞ୍ଚଙ୍କ ସମେତ ୭ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ / ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ

ସମ୍ବଲପୁର ଜ଼ିଲ୍ଲା ନାକ୍ଟିଦେଉଳ ବ୍ଲକ ଅଂଚଳରୁ  ବଜ୍ରକାପ୍ତା ଚୋରା ଚାଲାଣ ରେ ବନ ବିଭାଗ କୁ ସଫଳତା ମିଳିଛି l  ଦୀର୍ଘଦିନ ଧରି ବିରଳ ବଜ୍ରକାପ୍ତାକୁ ନେଇ ଚାଲିଥିବା ଏକ  ଚୋରାଚାଲାଣ ଗ୍ୟାଙ୍ଗକୁ ବନ ବିଭାଗ ପର୍ଦ୍ଦାଫାସ୍ କରିଛି। ଏହି ଚୋରା କାରବାରରେ ସାମିଲ୍ ଅଛନ୍ତି ଜଣେ ପୂର୍ବତନ ସରପଞ୍ଚ ତାଙ୍କ ସମେତ ୭ ଜଣଙ୍କୁ ବନ ବିଭାଗ ଗିରଫ କରିବା ସହିତ ୨.୬ କେଜି ବଜ୍ରକାପ୍ତା କାତି ଜବତ କରିଛି।

ଆଜି ରେଢ଼ାଖୋଲ ଡିଏଫଓ ଶ୍ରୀ ସଂଗ୍ରାମ କେଶରୀ ବେହେରାଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ମାସ ହେଲା ରେଢ଼ାଖୋଲ ବନଖଣ୍ଡରୁ ରାଜ୍ୟର ଅନ୍ୟଜିଲ୍ଲାକୁ ବିରଳ ବନ୍ୟଜନ୍ତୁ ବଜ୍ରକାପ୍ତାର ଚୋରାଚାଲାଣ ଚାଲିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାକୁ ବିଭାଗ ଗୁରୁତର ସହିତ ନେଇ ଜୋରଦାର ତଦନ୍ତ ମଧ୍ୟ ଚଲାଇଥିଲେ। ଆଉ ଦୀର୍ଘ ଦିନର ପରିଶ୍ରମ ପରେ ଆଜି ବନ ବିଭାଗକୁ ସଫଳତା ମିଳିଛି। ଏଥିରେ ଜଡ଼ିତ ନାକ୍ଟିଦେଉଳ ଅଞ୍ଚଳର ୭ ଜଣଙ୍କୁ ମଧ୍ୟ ବନ ବିଭାଗ ତରଫରୁ ଗିରଫ କରାଯାଇଥିବା ସହ ସେମାନେ କଞ୍ଚନପୁର ଗ୍ରାମ ନିକଟସ୍ଥ ଟିକିରା ନଦୀରେ ପୋତିଥିବା ବଜ୍ରକାପ୍ତାର ୨.୬ କେଜି କାତି ଜବତ କରାଯାଇଛି। ଏଥିସହ ଜଣେ ଅଭିଯୁକ୍ତ ଫେରାର ଥିବା ଡିଏଫଓ କହିଛନ୍ତି। ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରେ ସରାପାଲି ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚ ଥିବା ଜଣାପଡିିଛି। ଗିରଫ ହୋଇଥିବା ୭ ଜଣ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ କଞ୍ଚନପୁର ଗାଁର ସୁଶିଲ ସେଠୀ , ସଡ଼ୋ ଗାଁର ଲକ୍ଷଣ ସେଠୀ , ଶ୍ରୀରାମ ଶବର , ସିରା ଶବର , ଖିଜୁ ଶବର , ସରାପାଲି ପଞ୍ଚାୟତର ଗୌଡ଼ପାଲି ଗାଁର ଯଦୁମଣି ପାତ୍ର ଓ ନାକ୍ଟିଦେଉଳ ଗାଁର ନେପାଳ ସାହୁ। ଏମାନଙ୍କ ମଧ୍ୟରେ ଥିବା ଯଦୁମଣି ହେଉଛନ୍ତି ସରାପାଲି ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚ। ଗିରଫ ବ୍ୟକ୍ତିମାନଙ୍କୁ ବୁଧବାର ଦିନ ରେଢ଼ାଖୋଲରେ ଥିବା ମାନ୍ୟବର ଏସଡ଼ିଜେଏମଙ୍କ କୋର୍ଟରେ ହାଜର କରାଯିବ ବୋଲି ଡିଏଫଓ କହିଛନ୍ତି।

0
0
0
s2sdefault